www.samajalive.in
Monday, December 8, 2025
27.1 C
Bhubaneswar

ସାରନଗରୀରେ ଜୟ ଶ୍ରୀରାମ ଧ୍ୱନୀ ଗୁଂଜରିତ

ସାରନଗରୀ: ଆଜି ଉତ୍ତରପ୍ରଦେଶର ଅଯୋଧ୍ୟା ନଗରୀରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାର ଶିଳାନ୍ୟାସ ଉତ୍ସବ କୋଭିଡ଼ କଟକଣାରେ କରାଯାଇଥିବା ବେଳେ, ଶ୍ରୀରାମଙ୍କ ଏହି ଉତ୍ସବକୁ ସ୍ୱାଗତ ଜଣାଇ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଶୁଭିଥିଲା ଜୟ ଶ୍ରୀରାମର ଧ୍ୱନୀ। ସାରନଗରୀରେ ଫଟିଲାଇଜର ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ସାରନଗରୀ ସୁପର ମାର୍କେଟ ସ୍ଥିତ ରାମ ମନ୍ଦିରରେ ଏକ ହୋମ ପୁଜା ଅନୁଷ୍ଠିତ କରାଯାଇଥିଲା। ଏଥିରେ ବିଜେପି କର୍ମୀ ମାନେ କୋଭିଡ଼-୧୯ ନିୟମ ଅନୁସାରେ ଯୋଗଦେଇ ମନ୍ଦିରରେ ଉପସ୍ଥିତ ହୋଇଥିଲେ। ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ନିର୍ମାଣରେ ଯେପରି କୌଣସି ବାଧା ବିଘ୍ନ ସୃଷ୍ଟି ନହୁଏ, ସେଥିପ୍ରତି ଯତ୍ନବାନ ହୋଇ ବିଜେପି କର୍ମୀ ମାନେ ହନୁମାନ ମନ୍ଦିରରେ ଦୀପ ଦାନ କରି ପ୍ରାର୍ଥନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରଙ୍କନିଧି ସାହୁ, ବାସୁଦେବ ନାଥ, ସୁରେଶ ନାୟକ, ଉତମ ଜେନା, ରାଜେଶ ସାହୁ, ବିରଂଚି ବେହେରା, କାହ୍ନୁ ସାହୁ, ଗାନ୍ଧୀ ନାୟକ, କୃଷ୍ଣଚନ୍ଦ୍ର ସାହୁ, ଅଙ୍ଗଦ କୈବର୍ତ, ଦୈନିକ ଗିରି, କେ. ବାଲାକ୍ରୀଷ୍ଣା, ସଚ୍ଚିଦାନନ୍ଦ ପଟ୍ଟନାୟକ, ସନ୍ତୋଷୀ ବାର୍ଲା, କୁନ୍ତଳା ପଣ୍ଡା, ଉମା ନାୟକ, ପାରା ସାହାଣୀ, ଗୀତା ଦାସ, କେ. ପିଙ୍କି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories