www.samajalive.in
Sunday, December 7, 2025
15.1 C
Bhubaneswar

ସିଡ଼ିଆର ଦାଖଲ ଘଟଣା ; ଜେ ଏମଏଫସି କୋର୍ଟରେ ହାଜର ହେଲେ ମାହାଙ୍ଗା ଥାନା ଅଧିକାରୀ

କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେ ଏମଏଫସି କୋର୍ଟ ମାହାଙ୍ଗା ପୁଲିସକୁ ଅପଟୁଡେଟ କେଶ ଡାଏରୀ ଓ ସିଡ଼ିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେବା ଓ ଏହାକୁ ଦଖଲ ପାଇଁ ପୁଲିସ କୋର୍ଟକୁ ଅଧିକ ସମୟ ମାଗିବା ଘଟଣା ଖୁବ ଚର୍ଚ୍ଚାରେ ରହିଥିଲା।
ତଳକୋର୍ଟର ଆଦେଶ ପୁନଃ ବିଚାର ପାଇଁ ମାହାଙ୍ଗା ଥାନା ଅଧିକାରୀ ସାଲେପୁର ଏଡିଜେ କୋର୍ଟରେ ଆବେଦନ କରିଥିଲେ। ତେବେ ଏଡିଜେ ଏହାକୁ ଖାରଜ କରିଥିଲେ। ଗତ ଡ଼ିସେମ୍ବର ୪ ତାରିଖ ଦିନ ପୁନଃ ତଦନ୍ତ ରିପୋର୍ଟ ଓ ସିଡ଼ିଆର ଦାଖଲ ପାଇଁ ବ୍ୟକ୍ତିଗତ ଭାବେ ହାଜିରା ନଦେବାରୁ ଏହି ମାସ ୧୦ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ଏସବୁ ରେକର୍ଡ କୋର୍ଟରେ ଜମା କରିବା ସହ କାହିଁକି ତା’ଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆନଯିବ ତାହା ଜଣାଇବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ଆଜି କୋର୍ଟର ଧାର୍ୟ୍ୟ ସମୟ ୧୦.୩୦ ରେ ମାହାଙ୍ଗା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି ହାଜର ହେବା ସହ ଆବଶ୍ୟକ ସିଡ଼ିଆର ଓ କେସ୍ ଡ଼ାଏରି ଏମଏଫସି ସାଲେପୁରଙ୍କ ପାଖରେ ଦାଖଲ କରିବା ଜଣାପଡିଛି । କୋର୍ଟରେ ହାଜର ହୋଇ ଫେରୁଥିବା ବେଳେ ଏ ନେଇ ମାହାଙ୍ଗା ଆଇଆଇସିଙ୍କୁ ପଚାରିବାରୁ ସେ ନୋ କମେଟ କହି ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଥିଲେ । ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତ ମାନେ ଜେଲରେ ଥିବାବେଳେ,  ପୁଲିସ ଦାଖଲ କରିଥିବା ଚାର୍ଜ ସିଟ ଓ ସିଡ଼ିଆର ର ବିଚାର ପରେ ଅଦାଲତ ଘଟଣାର ସତ୍ୟା ସତ୍ୟ ପ୍ରକାଶ କରିବେ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories