www.samajalive.in
Tuesday, December 9, 2025
16.1 C
Bhubaneswar

ଭୋକିଲା ହାତୀ ମାନୁନାହାନ୍ତି ସୋଲାର ଚାର୍ଜିଂ ବାଡ

ଗୁରୁଡ଼ିଝାଟିଆ: ସଞ୍ଚ ନଇଁଲେ ଦଳ ଦଳ ହାତୀପଲ। ବାରିଘରେ ପଶି ଭୟଭୀତ ପରିବେଶ ସୃଷ୍ଟି କରୁଛନ୍ତି। ମୁଣ୍ଡଝାଳ ତୁଣ୍ଡରେ ମାରି ସବୁଜ ପନିପରିବା କରିଥିବା ଚାଷୀର ଫସଲ କିଆରୀକୁ କେଇଘଣ୍ଟା ଭିତରେ ଉଜାଡି ଦେଉଛନ୍ତି। ଖଳାରେ ଗଦା ହୋଇଥିବା ଚୁନା ଧାନକୁ ମଧ୍ୟ ଖାଇଦେଇଛନ୍ତି। ଏଭଳି ଅବସ୍ଥା ସୃଷ୍ଟି କରିଛନ୍ତି ହାତୀପଲ କଖଡି ଚାଷୀମାନଙ୍କର। ଗତକାଲି ରାତିରେ ୧୮ଟି ହାତୀ ବ୍ରାହ୍ମଣବସ୍ତ ଓ ସୁବାସୀ ସଂରକ୍ଷିତ ଜଙ୍ଗଲରୁ ବାହାରି ବିଷ୍ଣୁପୁର ଦେଇ କଖଡି ମାଳରେ ପଶିଥିଲେ। କଖଡି ଗାଁ ପାର୍ଶ୍ବକୁ ଲାଗିଥିବା ତ୍ରିନାଥ ସାହୁଙ୍କ ପରିବା କ୍ଷେତରେ ପଶି ପୋଟଳ, ମୂଳା, କଲରା ,ନଡିଆଗଛ ଆଦି ଖାଇ ଉଜାଡିବା ସହିତ ଢିଙ୍କିଆ ପାଣିକଳକୁ ଭାଙ୍ଗିଦେଇଛନ୍ତି। ରବୀନ୍ଦ୍ର ସାହୁଙ୍କ କାକୁଡି,ପୋଟଳ ଓ ଝୁଡଙ୍ଗ କିଆରୀ ,ସୁଧାକର ସାହୁଙ୍କ ମୂଳା, ନଡିଆଗଛକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଫେରିବା ବାଟରେ ଧାନଗଦାକୁ ଅମଳ କରି ଚୁନାଧାନ ବସ୍ତାରେ ପୁରାଇ ଘରକୁ ଆଣିବା ପାଇଁ ରଖିଥିବା ଗୌରାଙ୍ଗ ବେହେରା ଙ୍କ ପ୍ରାୟ ଦେଢ ଏକର ଅମଳ ଚୁନାଧାନକୁ ମଧ୍ୟ ଖାଇଦେଇଛନ୍ତି। ତ୍ରିନାଥ ସାହୁର ପ୍ରାୟ ୧ ଏକର ଫସଲ ନଷ୍ଟ କରିଦେଇଛନ୍ତି। ହାତୀପଲ ଦଳବଦ୍ଧ ଭାବରେ ଆସି ଧାନ ଓ ସବୁଜ ପନିପରିବା ନଷ୍ଟ କରିବାରେ ଲାଗିଛନ୍ତି। ଯଦିଓ ବନ ବିଭାଗ ପକ୍ଷରୁ ସବୁଜ ପନିପରିବା ଓ ଧାନ କିଆରୀକୁ ହାତୀ ନଆସିବେ ସେଥିପାଇଁ ସୋଲାର ଚାର୍ଜିଂ ବ୍ୟବସ୍ଥା କରାଯାଇଛି। ହେଲେ ଭୋକିଲା ହାତୀଙ୍କ ଆଗରେ କାମ କରୁନାହିଁ ବନ ବିଭାଗର କୌଣସି କୌଶଳ ବା ସୋଲାର ଚାର୍ଜିଂ ବ୍ୟବସ୍ଥା। ତେଣୁ ଏବେ ଚାଷୀ ପ୍ରବାଦ ଜାଣିଲେନି। ବନବିଭାଗ ତୁରନ୍ତ ଅନୁଧ୍ୟାନ କରି କ୍ଷତିପୂରଣ ଦେବା ପାଇଁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories