www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ, ପାସହାର ୯୭.୮୯%

–ଚଳିତ ବର୍ଷର ମ୍ୟାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଅନୁଯାୟୀ ଏ୧-୨୬୫୬, ଏ୨-୨୨୧୩୧, ବି୧-୫୨୨୫୧, ବି୨-୯୪୪୭୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

- Advertisement -

–ଏଥର କୌଣସି ବିଦ୍ୟାଳୟର ଶୂନ ପରୀକ୍ଷାଫଳ ହୋଇନାହିଁ। ୫୯୪୫ ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

–ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୬ଟା ଠାରୁ  www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସେମାନଙ୍କ ମାର୍କ ଜାଣିପାରିବେ।

–SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ ସେମାନଙ୍କୁ ମୋବାଇଲ୍‌ରେ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ।

ଚଳିତ ବର୍ଷ ୫,୭୪, ୧୨୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ୪୪୧୨ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ୨୨୫୬ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲଗୁଡ଼ିକ ପକ୍ଷରୁ ପରୀକ୍ଷାଫଳ ପ୍ରକାଶ ପାଇଁ ନମ୍ବର ଦିଆଯାଇନାହିଁ।

– ୭୭୦୩ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷର ମ୍ୟାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ଫେଲ ହୋଇଛନ୍ତି।

–କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପରେ ୟୁଜି/ପିଜି ପରୀକ୍ଷା ଦାୟିତ୍ୱ – ମନ୍ତ୍ରୀ ଅରୁଣ କୁମାର ସାହୁ

–ରାଜଧାନୀ ଭୁବନେଶ୍ୱରର ୟୁନିଟ -୧ ହାଟ ସିଲ୍‍

–ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଟଣୀ ପାଇକେରାପୁର ଗାଁରେ ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

–ଗୋଟିଏ ଦିନରେ ରାଜ୍ୟରୁ ନୂଆ ୨୯୧୨ ଜଣ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୨୩୭

–ରାଜ୍ୟରେ ଦିନକରେ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

–ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା
୩ୟ ତରଙ୍ଗର ଆଶଙ୍କା

–ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ଘଟଣା: ଲଦାଖରୁ ୪ ଛାତ୍ର ଗିରଫ

–ସୁପ୍ରିମକୋର୍ଟ ପ୍ୟାନେଲର ରିପୋର୍ଟ- ଦିଲ୍ଲୀ ସରକାର ଅମ୍ଳଜାନ ଆବଶ୍ୟକତାର ୪ ଗୁଣ କରିଥିଲେ ଦାବି

–ଉଚିତ ସମୟରେ ଜାମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

–କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ୟାକେଜ

–୨୪ ଘଣ୍ଟାରେ ଦେଶରେ ଆଉ ୫୧,୬୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

–ଦୈନିକ ପଜିଟିଭ ହାର ୨.୯୮% ରହିଥିବା ବେଳେ ଲଗାତାର ୧୮ ଦିନ ହେବ ୫% ରୁ କମ

–ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୩୪,୪୪୫କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୩,୩୧୦

–ଦିନକରେ ଆଉ ୬୪,୫୨୭ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୨୮,୨୬୭ ସୁସ୍ଥ ; ଆରୋଗ୍ୟ ହାର ୯୬.୬୬%

–୬,୧୨,୮୬୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଜାମ୍ମୁ କାଶ୍ମୀରକୁ ଆଗ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ- ପି ଚିଦମ୍ବରମ୍‍

–ୟୁରୋ କପ୍‌ : ଉଭୟ ମ୍ୟାଚ୍‌ ଅମୀମାଂସିତ; ଲିଗ୍ ପର୍ୟ୍ୟାୟ ଶେଷ

–ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ:କୋହଲିଙ୍କ ୩ଟି କୀର୍ତ୍ତିମାନ

–ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ; ଓପେକ୍ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

–ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା

–ମୋଦୀ-ଜମ୍ମୁକଶ୍ମୀର ନେତାଙ୍କ ବୈଠକ: କଣ କହିଛନ୍ତି ଅନ୍ୟ ନେତୃବୃନ୍ଦ

–ଧାରା ୩୭୦ ଉଛେଦ ଅସାମ୍ବିଧାନିକ, ଅନ୍ୟାୟ ଓ ଅନୈତିକ ଥିଲା – ମେହେବୁବା

–୧୦ ରାଜ୍ୟପଥ ହେବ ଜାତୀୟ ରାଜପଥ

–୯ ସଡ଼କ ନିର୍ମାଣ କରିବ ଏନଏଚଏଆଇ, ଏନଏଚ-୩୨୦ଡି ନିର୍ମାଣ କରିବ ଏନଏଚ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories