ଚୌଦ୍ୱାର: ଚୌଦ୍ୱାର ନିକଟ ବିରୂପା ନଦୀର ଗାଲା ପୋଲ ତଳେ ନଦୀ ପଠାରୁ ଏକ ଝୁଲନ୍ତା ମୃତଦେହ ପୁଲିସ ଶୁକ୍ରବାର ସକାଳେ ଉଦ୍ଧାର କରିଛି। ପ୍ରକାଶଯେ ଚୌଦ୍ୱାର ତଳବଜାର ବେହେରା ସାହି ଅଞ୍ଚଳର ଅର୍ଜୁନୀ ବେହେରା (୪୨)ବୁଧବାର ରାତିରୁ ଘରୁ ଅନୁପସ୍ଥିତ ଥିଲେ। ସେ ଏକ ସାଇକେଲ ନେଇ ଘରୁ ଚାଲିଆସି ଆଉ ଫେରିନଥିଲେ। ଘରଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ଅର୍ଜୁନୀଙ୍କର କୌଣସି ସନ୍ଧାନ ପାଇପାରି ନଥିଲେ। ଶୁକ୍ରବାର ଶୌଚ ପାଇଁ ଆସିଥିବା କିଛି ଲୋକ ଅର୍ଜୁନୀ ଏକ କେବଲ ତାର ସାହାଯ୍ୟରେ ପଠାରେ ଥିବା ଏକ ଗଛରେ ଝୁଲୁଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।
Popular Categories



