ଭୁବନେଶ୍ୱର / ଭଦ୍ରକ / ପୁରୀ : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟରେ ସକାଳ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ସୂଚନା ମିଳିଛି। ଭଦ୍ରକର ୪୩ ନମ୍ବର ବୁଥ ଭଣ୍ଡାରୀପୋଖରିରେ ୨୩ ପ୍ରତିଶତ, ୪୪ ନମ୍ବର ବୁଥର ଭଦ୍ରକରେ ୨୧ ପ୍ରତିଶତ, ୪୫ ନମ୍ବର ବୁଥ ବାସୁଦେବପୁରରେ ୨୨ ପ୍ରତିଶତ, ୪୭ ନମ୍ବର ଚାନ୍ଦବାଲି ବୁଥରେ ୨୫ପ୍ରତିଶତ, ନିମାପଡ଼ା ୧୬.୨୩ , କାକଟପୁର ୧୫.୮୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।



