ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ପିରାମଲ ଫାଉଣ୍ଡେସନ ତରଫରୁ ତୃତୀୟ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ଏବଂ ମାନସିକ ଓ ଜ୍ଞାନ ଅଭିବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ଲାଇବ୍ରେରୀ ଶିକ୍ଷା ସମ୍ବନ୍ଧିତ ପାଠଶାଳା ଵା ସ୍କୁଲ ପାଠାଗାର ଉଦଘାଟିତ ହୋଇଛି। ଏହି କାର୍ୟ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠୀଶିକ୍ଷା ଅଧିକାରୀ ଅଶୋକ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପବିଙ୍ଗିଆ ପଞ୍ଚାୟତର ବାବଡିଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ଏହି ଲାଇବ୍ରେରୀ ନୂତନ ଭାବରେ ପ୍ରଥମ ଥର ପାଇଁ ପୀରମଲ ଫାଉଣ୍ଡେସନ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ଅଭିବୃଦ୍ଧି ପାଇଁ କାର୍ୟ୍ୟକ୍ରମକୁ ହାତକୁ ନେଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ନିଜ ବିଦ୍ୟାଳୟରେ ଲାଇବ୍ରେରୀ ବହି ଗୁଡିକ ପାଇ ବିଭିନ୍ନ ବିଷୟରେ ଏମିତି କି ପୁରାଣ ଶିକ୍ଷା, ଗଣିତ, ସାଧାରଣ ଜ୍ଞାନ ସହ ବିଭିନ୍ନ ଲାଇବ୍ରେରୀ ବହି ପଢି ଶିକ୍ଷା ଲାଭ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରି ଶିକ୍ଷା ଲାଭ କରି ପାରିବେ।
Popular Categories



