www.samajalive.in
Monday, December 8, 2025
27.1 C
Bhubaneswar

ଗୋବିନ୍ଦତୋଳା ଦୁର୍ଗାପୂଜା ପାଇଁ ବିଲ୍ଵବରଣ ଓ କଳସାଧିବାସ ପୂଜାକର୍ମ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ସହରର ଗୋବିନ୍ଦତୋଳା ରେ ଆୟୋଜିତ ହେଉଥିବା ୫୫ ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ବିଲ୍ଵବରଣ ପୂଜା ଵିଧି ଓ କଳସାଧିବାସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ନିଷ୍ଠା ର ସହ ପୂଜାବିଧି ପଣ୍ଡିତ ଜଗଦିଶ ଦାଶ ଓ ସହଯୋଗୀ ସୁଶ୍ରିତ ଷଡ଼ଙ୍ଗୀ, ଶଶାଙ୍କ ବେହେରା ପ୍ରମୁଖଙ୍କ ପୌରାହିତ୍ୟରେ ଏ ବର୍ଷର ପୂଜା କର୍ତ୍ତା ଦମ୍ପତ୍ତି ଦାଶରଥି ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ନିକିତା ପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା। ଗୋବିନ୍ଦତୋଳା ବସ୍ତିରେ ବିଲ୍ଵ ବରଣ ପୂଜାବିଧି କରିବା ପରେ ମହାନଦୀ ଓ ହରଡ଼ ଜୋରର ସଙ୍ଗମ ସ୍ଥାନରେ ପୂଜାବିଧି ମତେ କଳସ ବୁଡ଼ା ତଥା ଅଧିବାସ କାର୍ୟ୍ୟ ସମ୍ପନ୍ନ ହୋଇଥିଲା। ଏହି କ୍ରମରେ ଗୋବିନ୍ଦତୋଳା ସ୍ଥିତ ଶିବ ମନ୍ଦିର ରେ ଓ ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚନା ପୂର୍ବକ ପୂଜା ନିମନ୍ତ୍ରଣ କରାଯାଇଥିଲା। ପ୍ରତିବର୍ଷ ଭଳି ୯ ଜଣ ବ୍ରାହ୍ମଣ ଦୀପକ ପଣ୍ଡା, ଜଗନ୍ନାଥ ପଣ୍ଡା, ରଂଜିତ ରଥ, ପ୍ରକାଶ ପଣ୍ଡା, ସ୍ୱରୂପ ପୁରୋହିତ, ଅନିଲ ନାୟକ, ପ୍ରତୀକ ପଣ୍ଡା, ନିମେଇଁ ଚରଣ ପଣ୍ଡା ଓ ନିପଙ୍କର ସେନ ପ୍ରମୁଖ କଳସ ବୁଡ଼େଇବା ସହ ଅନେକ ମହିଳା ସଂକଳ୍ପ ରଖି କଳସ ବୁଡେଇଥିଲେ। ଏହି କଳସ ଯାତ୍ରା ଓ ବିଲ୍ଵ ବରଣ ପୂଜାବିଧି ଗୌରୀଦାଶ ପଣ୍ଡା, ସୂର୍ୟ୍ୟ ପାଣିଗ୍ରାହୀ, ବସନ୍ତ ଦାଶ, ଜୟନାରାୟଣ ଶତପଥି, ପ୍ରଦୀପ ମିଶ୍ର ଙ୍କର ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା। ଏବର୍ଷ ର ଶାରଦୀୟ ଦୁର୍ଗାପୂଜା ର ଆଜିର ପ୍ରାରମ୍ଭିକ ପୂଜାବିଧି କାର୍ୟ୍ୟକ୍ରମ ରେ କମିଟି ର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଶୁଭମ ମହାପାତ୍ର, କୋଷାଧକ୍ଷ ବାଙ୍କବିହାରୀ ପଣ୍ଡା, ଲଟେରୀ କମିଟି ର ଅଧ୍ୟକ୍ଷ ଅଜୟ ସାହୁ, ଶ୍ରୀକାନ୍ତ ପଣ୍ଡା,କରୁଣାକର ଶତପଥି, ହିମାଂଶୁ ଶେଖର ପ୍ରଧାନ, ଦିଲୀପ ଠାକୁର, ବାବୁଲୁ ପଣ୍ଡା ଙ୍କ ସହ ଶତାଧିକ ମହିଳା, ପୁରୁଷ ତଥା ଯୁବକ ମାନେ ସାମିଲ ହୋଇଥିଲେ। ଆଜିର ଏହି ବିଶେଷ କାର୍ୟ୍ୟକ୍ରମ ରେ ଦୂଲଦୁଲି, ଘଣ୍ଟ ଶଙ୍ଖ ବାଦ୍ୟ କୁ ସାମିଲ କରାଯାଇଥିଲା। ରାସ୍ତା ରେ ସ୍ଥାନେ ସ୍ଥାନେ ପ୍ରତ୍ୟେକ ଘର ରାସ୍ତା ଉପରେ ରଙ୍ଗୋଲି, ଚିତାଲାଗି ଦୀପ ଓ କଳସୀ ଲଗାଇ ମାଁ ଭୁବନେଶ୍ୱରୀ ଙ୍କର କଳସ ଯାତ୍ରା କୁ ସ୍ୱାଗତ ସମ୍ମାନ ଜଣାଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories