ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଦଧିବାବନ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ମୋ ମାଟି ମୋ ଦେଶ ଅଭିଯାନରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ସର୍ବସାଧାରଣ ସ୍ଥାନ ମାନଙ୍କରେ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ତ୍ରୈଲୋକ୍ୟ କୁମାର ପରିଡ଼ା ଯୋଗ ଦେଇ ଶୁଭ ଉଦଘାଟନ କରି ଦେଶ ମାତୃକା କଥା ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ତ୍ରିନାଥ ମହାନ୍ତ, ପଦ୍ମଲୋଚନ ସାହୁ, ଅଜୟ କୁମାର ବେହେରା ଅଧ୍ୟାପିକା ଜଗତ ଜନନୀ ଜେନା, ଲିନା ନାଏକ, ଇପ୍ସିତା ସାହୁ, ଦେବକୀ ନନ୍ଦନ ସାହୁ, ଜୟସ୍ମିତା ଜେନାଙ୍କ ସମେତ କର୍ମଚାରୀ ରଞ୍ଜିତ କୁମାର ବେହେରା, ଅବିନାଶ ମହାନ୍ତ, ରବୀନ୍ଦ୍ରନାଥ ମହାନ୍ତ, ସାମ୍ବାଦିକ ମହେଶ୍ୱର ପୃଷ୍ଟି, ବିଜୟ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



