ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପରିଚାଳନା ସମିତି ସଭାପତି ଦିଗାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଂପାଦକ ଭକ୍ତ ସାହୁ, ସହସଂପାଦକ ଧର୍ମାନନ୍ଦ ସାହୁ, କୋଷାଧ୍ୟକ୍ଷ ମନ୍ଦରଧର ବେହେରା, ସଦସ୍ୟା ଲକି ସାହୁ, ଡୋଲେଶ୍ଵରୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା ଯୋଗଦେଇ ଶିଶୁ ମାନଙ୍କ ପାଇଁ ମା ହେଉଛନ୍ତି ପ୍ରଥମ ଗୁରୁ ଓ ତାଙ୍କର ଆଦର୍ଶରେ ଶିଶୁମାନେ ଅନୁପ୍ରାଣିତ ବୋଲି ବକ୍ତବ୍ୟ ମତବ୍ୟକ୍ତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟା ସଂଧ୍ୟାରାଣୀ ମନହିରା ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଅଗ୍ରଗତି ପାଇଁ ୧୮ ଜଣ ମାଆ ମାନଙ୍କୁ ନେଇ ମାତୃ ଭାରତୀ ଗଠନ କରାଯାଇ ବିଭିନ୍ନ ଦାୟିତ୍ଵ ବଣ୍ଟନ କରା ଯାଇଥିଲା।

kalyan agarbati

Comments are closed.