ବୁର୍ଲା: ବର୍ତ୍ତମାନର ଋଢ଼ିବାଦି ଦୁନିଆଁରେ ସଦାସର୍ବଦା ନିଜ ପୁଅ ଝିଅ ଠାରୁ ଅଲୋଡ଼ା ଅବସ୍ଥାରେ ପିତାମାତାକୁ କୌଣସି ଜରାନିବାସ, ବୃଦ୍ଧାଶ୍ରମ ନଚେତ ରାସ୍ତାଘାଟ ବା ହସପିଟାଲରେ ଛାଡ଼ି ଦିଆଯାଉଥିବା ଅନେକ ଘଟଣା ଲୋକଲୋଚନକୁ ଆସୁଛି। ତେବେ ଠିକ ଏହାର ଏକ ବିପରିତ ଚିତ୍ର ଆଜି ଭିମସାର ହସପିଟାଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଘଟଣାଟି ହେଲା ଜଣେ ରୁଗଣା ପୁଅକୁ ଚିକିତ୍ସା କରାଇବା ବଦଳରେ ଘରୁ ତଡି ଦେବା ଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏଭଳି ଏକ ଘଟଣା କଲାହାଣ୍ଡି ଜିଲ୍ଲାରେ ଘଟିଥିବା ବେଳେ ରୁଗଣା ଯୁବକଟି ଭିମସାରର ଆଶୁଚିକିତ୍ସା ବିଭାଗରେ ରହି ସମସ୍ତଙ୍କୁ ତାର ଚିକିତ୍ସା କରାଇଦେବା ପାଇଁ ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଏପରିକି ଅମାନବିକତାର ପୁଣି ଏକ ଘଟଣା ହସପିଟାଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଫୋନକଲ ପାଇବା ପରେ ଦେଖାଣିଆଁ ତତ୍ପରତା ଦେଖାଉଥିବା ଭିମସାର ବ୍ୟବସ୍ତା ଏଭଳି ଦୁଃଖିଙ୍କ ପାଇଁ କିଂଚିତ ମାତ୍ର ବ୍ୟବସ୍ଥା କରିବା ପାଇଁ ପଛଘୁଞ୍ଚା ଦେବା ସମାଲୋଚନାର ବିଷୟ ପାଲଟିଛି।
ତେବେ ପିତାମାତାଙ୍କ କୌଣସି କାରଣକୁ ତଡ଼ା ଖାଇଥିବା ପୁଅ ମାଗଣା ସ୍ୱାସ୍ଥ୍ୟସେବା ପାଇବା ଆଶାରେ ଭିମସାର ହସପିଟାଲ ମୁହାଁ ହୋଇଥିଲା। ଏହି ୧୯ ବର୍ଷୀୟ ଯୁବକ ତ୍ରିଲୋଚନ ମାଝୀ ବର୍ତ୍ତମାନ ବୁର୍ଲା ଭିମସାର ହସପିଟାଲରେ ଉତ୍ତମ ଚିକିତ୍ସା ପାଇ କିପରି ଭାବରେ ନିଜ ଜୀବନ ବଞ୍ଚାଇବ ତାହା ନେଇ ଆଶାବାନ୍ଧି ବସି ରହିଛି। କଲାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ସିରିପୁର ଅନ୍ତର୍ଗତ ସିନାଙ୍ଗ ଗ୍ରାମର କରଞ୍ଜ ମାଝିଙ୍କ ପୁଅ ତ୍ରିଲୋଚନ ମାଝି (୧୯) ଗତ କିଛିବର୍ଷ ହେଲା ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି। ଏହି ଯୁବକ ଜଣକ ଫାଇଲେରିଆ ଯୋଗୁଁ ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଘା ସୃଷ୍ଟି ହୋଇଛି। ଚିକିତ୍ସା ଅଭାବରୁ ଧିରେ ଧିରେ ଗୁପ୍ତାଙ୍ଗ ପଚିଯାଇ ସେଥିରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି। ତ୍ରିଲୋଚନ କହିବା ମୁତାବକ ତତେ ରୋଗ ହୋଇଛି ତେଣୁ ତୁ ଘରଛାଡି ଚାଲିଯିବାକୁ ତାଙ୍କ ପିତା ମାତା କହିଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ସେ ପ୍ରଥମେ କଲାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ତାଙ୍କ ଚିକିତ୍ସା କରାଇଥିଲେ କିନ୍ତୁ ସେଠାରେ ଡାକ୍ତର ଦେଖି ତାଙ୍କୁ ବୁର୍ଲା ଭିମସାର ହସପିଟାଲ ଯିବାକୁ ପରାମର୍ଶ କରିଥିଲେ। ଏହାପରେ ସେ ପଶ୍ଚିମ ଓ ଡ଼ିଶାର ବୃହତ୍ତର ସ୍ୱାସ୍ଥ୍ୟକ୍ଷେତ୍ର ଯେଉାଁଠାରେ ମାଗଣା ଚିକିତ୍ସା ପାଇବା ଆଶା ଏବଂ ସୁସ୍ଥ ହେବା ନେଇ ବସ ଯୋଗେ ବୁର୍ଲା ଚାଲି ଆସିଥିଲା। ପ୍ରାୟ ୨୦ରୁ୨୫ ଦିନ ହେବ ବୁର୍ଲା ଭିମସାର ହସପିଟାଲର ଆଶୁଚିକିତ୍ସା ବିଭାଗର ଶଯ୍ୟା ୧୦ରେ ସେ ରହିଛି ମାତ୍ର ତାର କୌଣସି ଆତ୍ମୀୟ ସମ୍ପର୍କୟ ନ ଥିବାରୁ ତାର ଚିକିତ୍ସା ମଧ୍ୟ କରାଯାଇ ପାରୁ ନ ଥିବା ତ୍ରିଲୋଚନ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।



