www.samajalive.in
Monday, December 8, 2025
27.1 C
Bhubaneswar

ଅହୀର ରେଜିମେଣ୍ଟ ପାଇଁ ସାଇକେଲରେ ଭାରତ ଭ୍ରମଣ

ସମ୍ବଲପୁର: ଭାରତୀୟ ସେନାବାହିନୀରେ ଅହୀର ରେଜିମେଣ୍ଟ ସ୍ଥାପନ ନିମନ୍ତେ ଜନସଚେତନା ସୃଷ୍ଟି ପାଇଁ ସାଇକେଲରେ ଭାରତ ଭ୍ରମଣରେ ଉତ୍ତରପ୍ରଦେଶର ମୋଇନପୁରୀ ନିବାସୀ ଅଭିଷେକ ଯାଦବ ବାହାରିଛନ୍ତି। ଗତ ୧ ଜୁଲାଇରୁ ଆଗ୍ରାରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଅଭିଷେକ ଯାଦବ ବୁଧବାର ଅପରାହ୍ନରେ ସମ୍ବଲପୁରରେ ପହଂଚିଥିଲେ। ସମ୍ବଲପୁର ଯାଦବ ସଂଘ ପକ୍ଷରୁ ସମେଲଶ୍ବରୀ ମନ୍ଦିର ନିକଟରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ନିଜ ଲକ୍ଷ୍ୟରେ ସଫଳ ହେବା ପାଇଁ ଅଭିଷେକ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଛନ୍ତି। ବିଭିନ୍ନ ଯୁଦ୍ଧରେ ଦେଶରକ୍ଷା ପାଇଁ ଅହୀରମାନେ ବୀରତ୍ବ ପ୍ରଦର୍ଶନ କରିଛନ୍ତି। ତେଣୁ ସେନାବାହିନୀରେ ଅହୀରମାନଙ୍କ ପାଇଁ ଏକ ସ୍ବତନ୍ତ୍ର ରେଜିମେଣ୍ଟ ସ୍ଥାପନ କରିବାକୁ ସେ ଦାବି କରୁଥିବା ବେଳେ ଯାତ୍ରା ସମୟରେ ତାଙ୍କୁ ବ୍ୟାପକ ସମର୍ଥନ ମିଳୁଛି । ସମ୍ବଲପୁର ଯାଦବ ସଂଘର ସଭାପତି ଭୋଳାଶଙ୍କର ମହତ୍ତମ ଓ ସଂପାଦକ ହେମନ୍ତ ଗହୀରଙ୍କ ନେତୃତ୍ବରେ ବଳରାମ ମଟାରି, ଜୟକିଶୋର ଜାଲ, ସୁରେନ୍ଦ୍ର ବଗର୍ତ୍ତି, ଗୁଣନିଧି ରାଉତ, ଶମ୍ଭୁ୍ପ୍ରସାଦ ଯାଦବ, ନବକିଶୋର ଜାଲ, ହରିହର ଷଣ୍ଢ, ଲୋକନାଥ ବଗର୍ତ୍ତି, ବିଜୟଲକ୍ଷ୍ମୀ ବେହେରା, ବିଚିତ୍ରା ବାଗ, ନିଖିଳ ନାଗ, ଘନଶ୍ୟାମ ମହାକୁର ପ୍ରମୁଖ ସଦସ୍ୟମାନେ ଅଭିଷେକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଆଜି ସେ ରେଢ଼ାଖୋଲ ଦେଇ ଅନୁଗୁଳ ଅଭିମୁଖେ ଯାତ୍ରା କରିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories