www.samajalive.in
Sunday, December 14, 2025
16.1 C
Bhubaneswar

ଅହୀର ରେଜିମେଣ୍ଟ ପାଇଁ ସାଇକେଲରେ ଭାରତ ଭ୍ରମଣ

ସମ୍ବଲପୁର: ଭାରତୀୟ ସେନାବାହିନୀରେ ଅହୀର ରେଜିମେଣ୍ଟ ସ୍ଥାପନ ନିମନ୍ତେ ଜନସଚେତନା ସୃଷ୍ଟି ପାଇଁ ସାଇକେଲରେ ଭାରତ ଭ୍ରମଣରେ ଉତ୍ତରପ୍ରଦେଶର ମୋଇନପୁରୀ ନିବାସୀ ଅଭିଷେକ ଯାଦବ ବାହାରିଛନ୍ତି। ଗତ ୧ ଜୁଲାଇରୁ ଆଗ୍ରାରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଅଭିଷେକ ଯାଦବ ବୁଧବାର ଅପରାହ୍ନରେ ସମ୍ବଲପୁରରେ ପହଂଚିଥିଲେ। ସମ୍ବଲପୁର ଯାଦବ ସଂଘ ପକ୍ଷରୁ ସମେଲଶ୍ବରୀ ମନ୍ଦିର ନିକଟରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ନିଜ ଲକ୍ଷ୍ୟରେ ସଫଳ ହେବା ପାଇଁ ଅଭିଷେକ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଛନ୍ତି। ବିଭିନ୍ନ ଯୁଦ୍ଧରେ ଦେଶରକ୍ଷା ପାଇଁ ଅହୀରମାନେ ବୀରତ୍ବ ପ୍ରଦର୍ଶନ କରିଛନ୍ତି। ତେଣୁ ସେନାବାହିନୀରେ ଅହୀରମାନଙ୍କ ପାଇଁ ଏକ ସ୍ବତନ୍ତ୍ର ରେଜିମେଣ୍ଟ ସ୍ଥାପନ କରିବାକୁ ସେ ଦାବି କରୁଥିବା ବେଳେ ଯାତ୍ରା ସମୟରେ ତାଙ୍କୁ ବ୍ୟାପକ ସମର୍ଥନ ମିଳୁଛି । ସମ୍ବଲପୁର ଯାଦବ ସଂଘର ସଭାପତି ଭୋଳାଶଙ୍କର ମହତ୍ତମ ଓ ସଂପାଦକ ହେମନ୍ତ ଗହୀରଙ୍କ ନେତୃତ୍ବରେ ବଳରାମ ମଟାରି, ଜୟକିଶୋର ଜାଲ, ସୁରେନ୍ଦ୍ର ବଗର୍ତ୍ତି, ଗୁଣନିଧି ରାଉତ, ଶମ୍ଭୁ୍ପ୍ରସାଦ ଯାଦବ, ନବକିଶୋର ଜାଲ, ହରିହର ଷଣ୍ଢ, ଲୋକନାଥ ବଗର୍ତ୍ତି, ବିଜୟଲକ୍ଷ୍ମୀ ବେହେରା, ବିଚିତ୍ରା ବାଗ, ନିଖିଳ ନାଗ, ଘନଶ୍ୟାମ ମହାକୁର ପ୍ରମୁଖ ସଦସ୍ୟମାନେ ଅଭିଷେକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଆଜି ସେ ରେଢ଼ାଖୋଲ ଦେଇ ଅନୁଗୁଳ ଅଭିମୁଖେ ଯାତ୍ରା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories