www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ ବନ ବିଭାଗକୁ ନାକେଦମ କଲାଣି କୁମ୍ଭୀର

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ମହାନଦୀରେ ଏକ କୁମ୍ଭୀର ଦେଖା ଦେଇଥିବା ବେଳେ କୁମ୍ଭୀରଟି ବର୍ତ୍ତମାନ ବନ ବିଭାଗର ନାକେଦମ କରିଦେଲାଣି। କୁମ୍ଭୀରର ସୁରକ୍ଷା ପାଇଁ ବନ ବିଭାଗର ଟିମ ଦୀର୍ଘ ୨୬ ଦିନ ହେବ ଜଗି ରହିଛନ୍ତି। ଅନ୍ୟପଟେ କୁମ୍ଭୀର ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ନିଜ ଜୀବନକୁ ନେଇ ଜନସାଧାରଣ ଚିନ୍ତିତ ହୋଇ ପଡ଼ିଛନ୍ତି। ସୂଚନା ମତେ, ବୌଦ୍ଧ ଜିଲ୍ଲାରେ ଚଳିତ ମାସ ପ୍ରଥମ ଦିନରେ ଲଗାଣ ବର୍ଷା ହେବା ଫଳରେ ଗତ ୨ ତାରିଖରେ ମହାନଦୀରେ ବନ୍ୟା ଦେଖା ଦେଇଥିଲା। ମହାନଦୀର ଏହି ବନ୍ୟାରେ ହରଭଙ୍ଗା ବ୍ଲକର କରଡି ଘାଟ ନିକଟରେ ଏକବଡ କୁମ୍ଭୀର ଦେଖା ଦେଇଥିଲା। କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ମହାନଦୀରେ ବନ୍ୟା ଯୋଗୁଁ କୁମ୍ଭୀରଟି ଟିକରପଡ଼ାରୁ ଆସିଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗର ଏକ ଟିକ ସେଠାରେ ପହଂଚି କୁମ୍ଭୀରର ସୁରକ୍ଷା ପାଇଁ ଜଗି ବସିଛନ୍ତି। କୁମ୍ଭୀରଟି ବର୍ତ୍ତମାନ ବିଭିନ୍ନ ସମୟରେ କରଡି, ହାଟଗାଁ, ମଙ୍ଗଳପୁର, ଶ୍ୟାସୁନ୍ଦରପୁର ଅଂଚଳର ନଦୀ ଘାଟରେ ବୁଲୁଥିବାର ଲୋକମାନେ ଦେଖିବାକୁ ପାଉଛନ୍ତି। କାଳେ କୁମ୍ଭୀରର କିଛି କ୍ଷତି ହୋଇଯିବ ସେଥିପାଇଁ ବନ ବିଭାଗର ଟିମ ସେହି ସବୁ ଅଂଚଳରେ ବୁଲି କୁମ୍ଭୀରର ଗତିବିଧି ଉପରେ ନଜର ରଖୁଛନ୍ତି। ମହାନଦୀ ଲୋକଙ୍କର ଦୈନଦିନ କାର୍ଯ୍ୟରେ ଆସୁଥିବା ବେଳେ ବର୍ତ୍ତମାନ ମହାନଦୀରେ କୁମ୍ଭୀର ଦେଖାଦେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ଓ ମହାନଦୀକୁ ଯିବାକୁ ଡରୁଛନ୍ତି। ମତ୍ସଜିବୀମାନେ ପ୍ରତିଦିନି ମାଛ ମାରି ଗୁଜାରଣ ମେଣ୍ଟାଉଥିବା ବେଳେ କୁମ୍ଭୀର ଯୋଗୁଁ ସେମାନେ ମଧ୍ୟ ନଦୀକୁ ଯିବାକୁ ଭୟ କରୁଛନ୍ତି। ଏହି ସବୁ ଅଂଚଳର ଲୋକମାନେ ଆଉ ନଦୀକୁ ଯାଉନାହାନ୍ତି। କୁମ୍ଭୀରଟି ବିଶାଳକାୟ ହୋଇଥିବାରୁ ଯେ କୌଣସି ମୂହୁର୍ତ୍ତରେ କିଛିବି ଅଘଟଣ ଘଟାଇ ପାରେ ବୋଲି ସ୍ଥାନିୟ ଅଂଚଳବାସୀ ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ହେବ କୁମ୍ଭୀରଟି ମହାନଦୀରେ ବୁଲୁ ଥିବାରୁ ବନ ବିଭାଗ ପାଇଁ ବର୍ତ୍ତମାନ ମଣିଷ ଜୀବନ ଅପେକ୍ଷା କୁମ୍ଭୀରର ସୁରକ୍ଷା ନେଇ ଅଧିକ ଚିନ୍ତା ହୋଇପଡ଼ିଛି। ହେଲେ ଗୋରୁଗାଈମାନେ ନଦୀକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି। ଗୋରୁଗାଈଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories