କଲମପୁର: ସି.ଏସ.ପି ଙ୍କୁ ସି.ଏସ.ପି ପ୍ଲସରେ ଅନ୍ତର୍ଭୁକ୍ତ କରିବା ପାଇଁ କଲମପୁର ବ୍ଲକରେ ନିୟୋଜିତ ସି.ଏସ.ପି ମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବି.ଡି.ଓଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ୧୦ ବର୍ଷ ହେବ ଏସ.ବି.ଆଇ ବ୍ୟାଙ୍କ ଦ୍ୱାରା ସି.ଏସ.ପି ମାନେ ନିୟୋଜିତ ହେଇ ସରକାରୀ ଯୋଜନାର ହିତାଧିକାରୀ ମାନେଙ୍କୁ ସେବା ଯୋଗାଇ ଆସୁଛନ୍ତି। ପି.ଏମ କିଷାନ, କାଳିଆ ଯୋଜନା, ମଧୁବାବୁ ପେନସନ, ମନରେଗା ସମେତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ନେଣ ଦେଣ ସହ ବିଭିନ୍ନ ସହାୟତା ଯୋଗାଇ ଆସୁଛନ୍ତି। ଏପରିକି କୋଭିଡ ମହାମାରୀ ସମୟରେ ସଫଳତାର ସହ ଜନସାଧାରଣଙ୍କୁ ବ୍ୟାଙ୍କ ସେବା ଯୋଗାଇ ଥିଲେ। ନିକଟରେ ଓଡ଼ିଶା ସରକାର ସି.ଏସ.ପି ପ୍ଲସ ମାଧ୍ୟମରେ ପଂଚାୟତସ୍ତରରେ ଲୋକଙ୍କୁ ଜନ ହିତକର ଯୋଜନାର ଅର୍ଥ ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ତେଣୁ ପୂର୍ବରୁ କାର୍ଯ୍ୟରତ ସି.ଏସ.ପି ମାନଙ୍କୁ ସି.ଏସ.ପି ପ୍ଲସ ମାଧ୍ୟମରେ ନିୟୋଜିତ କରାଗଲେ ସେମାନଙ୍କ ପରିବାର ଉପକୃତ ହେବେ। ତେଣୁ ବୁଧବାର ନିରଞ୍ଜନ ପାଢ଼ୀ, ଦୟାନିଧି ନାଗ ପ୍ରମୁଖଙ୍କ ନେତୃତ୍ୱରେ କଲମପୁର ବ୍ଲକରେ କାର୍ଯ୍ୟରତ ସମସ୍ତ ସି.ଏସ.ପି ମାନେ ଏକତ୍ରିତ ହେଇ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ କଲମପୁର ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିଭଳି ଭାରତୀୟ ଷ୍ଟେଟ ବ୍ୟାଙ୍କ କଲମପୁର ଶାଖା ପରିଚାଳକଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
Popular Categories



