www.samajalive.in
Sunday, December 7, 2025
16.1 C
Bhubaneswar

ଭାରତୀୟ ସେନାରେ ଦୁଇ ପାକିସ୍ତାନୀ!, ସିବିଆଇ ଓ ପଶ୍ଚିମବଙ୍ଗ ସିଆଇଡିକୁ ମିଳିତ ତଦନ୍ତ ନିର୍ଦେଶ

କଲକାତା: ଭାରତୀୟ ସେନାରେ ନିଯୁକ୍ତି ପାଇଛନ୍ତି ଦୁଇ ଛଦ୍ମବେଶୀ ପାକିସ୍ତାନ ନାଗରିକ। ଜୟକାନ୍ତ କୁମାର ଓ ପ୍ରଦ୍ୟୁମ୍ନ କୁମାର ନାମକ ଏହି ଦୁଇ ଜଣ ସମ୍ପ୍ରତି ୨୪ପ୍ରଗଣା ଜିଲା ଅନ୍ତର୍ଗତ ବରାକପୁରସ୍ଥିତ କ୍ୟାଣ୍ଟନମେଣ୍ଟରେ କାର୍ଯ୍ୟରତ ଅଛନ୍ତି। ସେନାରେ ନିଯୁକ୍ତି ପାଇଁ ସେମାନେ କିଛି ରାଜନେତା, ସରକାରୀ ବାବୁ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ନିଜ ପରିଚୟ ଓ ଏ ସଂକ୍ରାନ୍ତ କାଗଜପତ୍ର ନକଲ କରିଛନ୍ତି। ଏହି ଦୁଇ ଜଣ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଯୁକ୍ତି ପାଇଛନ୍ତି। ଏଭଳି ନିଯୁକ୍ତି କ୍ଷେତ୍ରରେ ଏକ ରାକେଟ୍‌ ଚାଲିଛି। ଦେଶର ସୁରକ୍ଷା ପ୍ରତି ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ଦର୍ଶାଇଛନ୍ତି ବିଷ୍ଣୁ ଚୌଧୁରୀ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି।

ଏହାର ତଦନ୍ତ ଦାବି କରି ସେ ଜୁନ୍‌ ୧୩ରେ କଲକାତା ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଚାରପତି ରାଜଶେଖର ମନ୍ତଙ୍କ ଇଜଲାସ୍‌ରେ ଏହା ବିଚାର ପାଇଁ ଗୃହୀତ ହୋଇଥିଲା। ମଙ୍ଗଳବାର ବିଚାରପତି ରାଜଶେଖର ଏହି ଅଭିଯୋଗ ଉପରେ ତଦନ୍ତ ପାଇଁ ସିବିଆଇକୁ ନିର୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗ ପୁଲିସର ସିଆଇଡି ମଧ୍ୟ ସମାନ୍ତରାଳ ଭାବେ ଏହି ଘଟଣାର ତଦନ୍ତ କରିପାରିବ ବୋଲି ବିଚାରପତି କହିବା ସହ ସିଆଇଡିକୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଦେଶର ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗର୍ହିତ ପ୍ରସଙ୍ଗ ହୋଇଥିବାରୁ ଉଭୟ ସଂସ୍ଥା ଅଭିଯୋଗର ତଦନ୍ତ କରିବାରେ କୌଣସି ଅସୁବିଧା ନାହିଁ ବୋଲି ବିଚାରପତି ରାଜଶେଖର ମତ ଦେଇଛନ୍ତି। ଏହି ମାମଲାରେ ବିଚାରପତି କେନ୍ଦ୍ର ସରକାର, ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଓ ସିବିଆଇକୁ ପକ୍ଷ କରିଛନ୍ତି। କଥିତ ରାକେଟ୍‌ର ଚେର ଉତ୍ତର ପ୍ରଦେଶ, ଆସାମ ଓ ବିହାରକୁ ଲମ୍ବିଥିବା ସୂଚନା ମିଳୁଥିବାରୁ ଏହାକୁ ଠାବ କରିବା ଅତ୍ୟନ୍ତ ଜରୁରୀ ବୋଲି ବିଚାରପତି କହିଛନ୍ତି। ସେଥିପାଇଁ ସିଆଇଡି ଓ ସିବିଆଇ ମିଳିତ ଭାବେ ଅଭିଯୋଗ ଉପରେ ଗୁରୁତ୍ବର ସହ ତଦନ୍ତ କରିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି। ଜୁଲାଇ ୨୬ ସୁଦ୍ଧା ତଦନ୍ତର ଅଗ୍ରଗତି ସମ୍ପର୍କ​‌େ​‌ର ରିପୋର୍ଟ ଦାଖଲ ପାଇଁ ମଧ୍ୟ ସେ ଉଭୟ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories