www.samajalive.in
Sunday, December 7, 2025
15.1 C
Bhubaneswar

ନୂଆବର୍ଷ ଆରମ୍ଭରୁ ଘରକୁ ଆଣନ୍ତୁ ଏହି ଜିନିଷ, ବର୍ଷ ତମାମ ମିଳିବ ଶୁଭଫଳ

ଆଉ ମାତ୍ର କିଛି ଦିନ ପରେ ଆସିଯିବ ନୂଆବର୍ଷ। ମନରେ ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ଉଦ୍ଦୀପନା ଭରି ନୂଆବର୍ଷ ୨୦୨୧କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲେଣି ଲୋକେ। ସମସ୍ତେ ନିଶ୍ଚିତ ଚାହୁଁଥିବେ ଯେ ନୂତନ ବର୍ଷଟି ସେମାନଙ୍କ ପାଇଁ ଶୁଭ ଫଳଦାୟୀ ତଥା ମଙ୍ଗଳମୟ ହେଉ। ତେବେ କିଛି ସରଳ ଉପାୟରେ ଏହା ସମ୍ଭବ ମଧ୍ୟ ହୋଇପାରିବ। ଏପରି କିଛି ଜିନିଷ ତଥା ସାମଗ୍ରୀ ଅଛି, ଯାହାକୁ ନୂଆ ବର୍ଷରେ ଘରକୁ ନିହାତି ଆଣିବା ଉଚିତ। ଆଜି ଆମେ ଆପଣଙ୍କୁ ସେହି ସବୁ ଜିନିଷ ବିଷୟରେ ଜଣାଇବୁ। ସେହି ସବୁ ଜିନିଷ ମଧ୍ୟରୁ କୌଣସି ଗୋଟିଏକୁ ନୂତନ ବର୍ଷରେ ଘରକୁ ଆଣିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିବା ସହ ବର୍ଷ ତମାମ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

୧. ପ୍ରଭୁ ଗଣେଶଙ୍କ ମୂର୍ତ୍ତି – ଏହା ଆମେ ସମସ୍ତେ ଜାଣନ୍ତି ଯେ, ଭଗବାନ ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା। ଯଦି ଆପଣ କିଛି ସମସ୍ୟାରେ ଫସି ଯାଇଛନ୍ତି, ତେବେ ନୂଆ ବର୍ଷ ଆରମ୍ଭରୁ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ପୂଜା କଲେ ସମସ୍ତ ସଙ୍କଟ ତଥା ସମସ୍ୟା ଦୂର ହେବ।

- Advertisement -

୨. ନଡ଼ିଆ – ନୂତନ ବର୍ଷ ଯଦି ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ, ତେବେ ଏହା ଖୁବ୍ ମଙ୍ଗଳମୟ ହୋଇଥାଏ। ଘରୁ ସମସ୍ତ ନକରାତ୍ମକ ଶକ୍ତି ବାହାରି ଯାଇଥାଏ ଏବଂ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୩. ମୟୂରପୁଚ୍ଛ – ଧନର ସମସ୍ୟାକୁ ଦେଇ ଗତି କରୁଥିଲେ ନୂଆ ବର୍ଷରେ ମୟୂରପୁଚ୍ଛ ଘରକୁ ଆଣନ୍ତୁ। ଧ୍ୟାନ ରଖିବେ ଯେ, ମୟୂରପୁଚ୍ଛ ଆଣିବା ବେଳେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମ ନିଶ୍ଚିତ ନେବେ।

୪. ମନି ପ୍ଲାଣ୍ଟ – ନୂତନ ବର୍ଷରେ ମନି ପ୍ଲାଣ୍ଟ ଘରକୁ ଆଣିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଏହା ଦ୍ୱାରା ଆର୍ଥିକ ସ୍ଥିତି ସୁଧୁରିବା ସହ ସୁଖ, ସମୃଦ୍ଧି ବଜାୟ ରହିବ।

୫. ଲାଫିଙ୍ଗ୍ ବୁଦ୍ଧ – ଏହି ନୂଆ ବର୍ଷରେ ଯଦି ଆପଣଙ୍କୁ କେହି ଲାଫିଙ୍ଗ୍ ବୁଦ୍ଧ ଉପହାର ଦେଉଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ପାଇଁ ଖୁ୍ବ୍ ଭଲ ସମୟ ଆସୁଛି। ଲାଫିଙ୍ଗ୍ ବୁଦ୍ଧ ସେତେବେଳେ କାମ କରିଥାଏ, ଯେତେବେଳେ ଏହାକୁ କିଏ ଉପହାରରେ ଦିଏ। ଯଦି ଏହି ନୂଆ ବର୍ଷରେ ଆପଣଙ୍କୁ ମଧ୍ୟ ଏହା ଉପହାରରେ ମିଳୁଛି ତାହେଲେ ଆପଣଙ୍କ ଘରେ ଧନର ଅଭାବ ଦୂର ହେବା ସହ ସୁଖ ସମୃଦ୍ଧିରେ ଘର ପୂରି ଉଠିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories