ଭୁବନେଶ୍ୱରଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ନୂତନ ସୁବିଧା, ଏନଟିପିସି ଅପରେଟିଂ ରୁମ କମ୍ପ୍ଲେକ୍ସ ଉଦଘାଟନ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଥୁ ତୁଳସୀ ଚନରାଇ କମ୍ପ୍ଲେକ୍ସର ପ୍ରତିଷ୍ଠା ଦିବସରେ ଏକ ନୂତନ ସୁବିଧା ‘ଏନଟିପିସି ଅପରେଟିଂ ରୁମ କମ୍ପ୍ଲେକ୍ସ’ର ଉଦଘାଟିତ ହୋଇଯାଇଛି। ଏମ.ଏସ. ଡି ଭଟ୍ଟ ମିଶ୍ର, କାର୍ଯ୍ୟକାରୀ ନିର୍ଦେଶକ(ମାନବ ସମ୍ବଳ) ଏନଟିପି ଭର୍ଚ୍ୟୁଆଲ ସଂଯୋଗ ମାଧ୍ୟମରେ ନୂଆଦିଲ୍ଲୀରୁ ଏହି ଅପରେଟିଂ ରୁମ୍ କେମ୍ପ୍ଲକ୍ସ ଟିକୁ ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ ରାଜ୍ୟରେ ୩ଟି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, କୋଇଲା ଖଣି, ଏବଂ ଗୋଟିଏ ଯୌଥ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ରହିଛି, ତେଣୁ ରାଜ୍ୟର ଭିତ୍ତିଭୂମୀ ବିକାଶ ସହିତ ଏହାର ଉତ୍ପାଦନ କେନ୍ଦ୍ର ଗୁଡିକ ନିକଟବର୍ତ୍ତୀ ଅଞ୍ଚଳର ଉନ୍ନତି ନିମନ୍ତେ ଏନଟିପିସି ପ୍ରତିଶୃତିବଦ୍ଧ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଛି, ବିଶେଷକରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ସାଶ୍ରୟକାରୀ, ବିଶେଷ ସୁବିଧା ଥିବା ସର୍ମପିତ ହସପିଟାଲର ବିକାଶ ନିତ୍ୟାନ୍ତ ପ୍ରୟୋଜନ। ଏନଟିପିସି ନିଜର ସାମାଜିକ ଦାୟୀତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଅଧିନରେ ଓଡ଼ିଶାବାସୀଙ୍କୁ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ପ୍ରଦାନକାରୀ ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଙ୍କୁ ସହଯୋଗ କରିପାରିଥିବାରୁ ଆନନ୍ଦିତ। ଏନଟିପିସି ଲିମିଟେଡ, ଭାରତର ବୃହତ୍ତମ ଶକ୍ତି ଉତ୍ପାଦନକାରୀ ରଷ୍ଟ୍ରୟାତ୍ତ ଉଦ୍ୟୋଗ, ପ୍ରାୟ ୭୦ ଗିଗାୱାଟ ସ୍ଥାପିତ କ୍ଷମତା ସହିତ ସମଗ୍ର ଦେଶରେ ବିଭିନ୍ନ ଧରଣର ସିଏସ୍ଆର କାର୍ଯ୍ୟକ୍ରମ ଜାରୀ ରଖିଛି। ବିଶ୍ୱାସ ଏବଂ ସହଭାଗୀତାମୂଳକ ସାମାଜିକ ଉନ୍ନୟନରେ ବିଶ୍ୱାସୀ, ଏନଟିପିସି ଏହାର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ସାମଜର ସମସ୍ତ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିିପାରିଛି।
ଏନଟିପିସ ନିମନ୍ତେ, ସାମାଜିକ ଦାୟୀତ୍ୱବୋଧ ଏକ ଅନୁପାଳନର ପରିମାପକ ନୁହେଁ, ଏହା ଏକ ପ୍ରତିବଦ୍ଧତା। ଏନଟିପିସିର ସିଏସଆର କାର୍ଯ୍ୟକ୍ରମର ମୁଖ୍ୟ କ୍ଷେତ୍ର ଗୁଡିକ ହେଲା ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଏବଂ ପରିମଳ, ଆୟ ସୃଜନ, କ୍ରୀଡାକୁ ପ୍ରୋତ୍ସାହନ, ଦକ୍ଷତା ବିକାଶ ଇତ୍ୟାଦି। ନିଜର ମୁଖ୍ୟ କାର୍ଯ୍ୟକ୍ଷେତ୍ର ତଥା ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅନିବାର୍ଯ୍ୟ ସ୍ୱାସ୍ଥ୍ୟ ବିଷୟଗତ କ୍ଷେତ୍ରକୁ ଅନୁପାଳନକରି ଏନଟିପିସି ଖଠଚଋଓ ପରିସରରେ “ଏନଟିପିସି ଅପରେଟିଂ ରୁମ କମ୍ପ୍ଲେକ୍ସ’ ର ନିର୍ମାଣରେ ସହଯୋଗ କରିଛି, ଯାହା ମଧ୍ୟରେ ଅଛି ଚକ୍ଷୁ ସମ୍ବନ୍ଧୀୟ ବିଶେଷତ୍ୱ ରହିଥିବା ଆଠଗୋଟି ମଡ୍ୟୁଲାର ଅପରେସନ ରୁମ୍।
ଏହି ସହାୟତା ନିମନ୍ତେ ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଭୁବନେଶ୍ୱର, ମିଥୁ ତୁଳସୀ ଚନରାଇ କ୍ୟାମ୍ପସର ମୁଖ୍ୟ ଡା. କୁମାର ସାହୁ ଏନଟିପିସିକୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା କେବଳ ଓଡ଼ିଶା ନୁହେଁ ପଡୋଶୀ ରାଜ୍ୟ ଗୁଡିକର ଲୋକମାନଙ୍କୁ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ। ଭର୍ଚ୍ୟୁଆଲ ସଂଯୋଗ ମାଧ୍ୟମରେ ଉଦଘାଟନୀ ଉତ୍ସବରେ ଏନଟିପିସିର ପୂର୍ବ କ୍ଷେତ୍ର-୨ ମୁଖ୍ୟାଳୟର ମହାପ୍ରବନ୍ଧକ(ମାନବ ସମ୍ବଳ) ରଜନୀଶ ରସ୍ତୋଗୀ, ଅତିରିକ୍ତ ମହା ପ୍ରବନ୍ଧକ (ମାନବ ସମ୍ବଳ) ଡ. ଦେବସ୍ମିତା ତ୍ରୀପାଠୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
Comments are closed.