www.samajalive.in
Monday, December 8, 2025
27.1 C
Bhubaneswar

କରପଡ଼ାପଂଚାୟତ ସମିତି ସଭ୍ୟା ପାଇଁ ବ୍ଲକ ଅଧ୍ୟକ୍ଷଙ୍କ ପତ୍ନୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ତଥା ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଙ୍କ ପତ୍ନୀ ଦୀପାଳି ନାୟକ ଗଞ୍ଜାମ ବ୍ଲକ ର କରପଡ଼ା ପଞ୍ଚାୟତ ରୁ ସମିତି ସଭ୍ୟା ପାଇଁ ଗୁରୁବାର ଦିନ ନାମ।ଙ୍କନ ପତ୍ର ଦାଖଲ କରିଛନ୍ତି । ସେ ସ୍ବାମୀଙ୍କ ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଙ୍କୁ ନିଜର ପାର୍ଥିପତ୍ର ପ୍ରଦାନ କରିଛନ୍ତି। ଯେହେତୁ ବର୍ତମାନ ଉକ୍ତ ପଂଚାୟତ ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି ତେଣୁ ବ୍ଲକ ଅଧକ୍ଷ ତାଙ୍କ ପତ୍ନୀକୁ ପାର୍ଥୀ କରିଛନ୍ତି । ଛାତ୍ର ରାଜନୀତି ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ଲକ ଅଧକ୍ଷ ହୋଇଥିଲେ।  ସେତେବେଳେ ବିଜୁ ଜନତା ଦଳ ର ସମର୍ଥିତସମିତି ସଭ୍ୟ ଙ୍କ ସଂଖ୍ୟା ଗରିଷ୍ଠ ଥିଲେ ମଧ୍ୟ ପ୍ରଶାନ୍ତ ନାୟକ ବ୍ଲକ ଅଧକ୍ଷ ହେବାରେ ସକ୍ଷମ ହୋଇଥିଲେ । ନିଜର ଅଭିଜ୍ଞତା କୁ ପାଥେୟ କରି ରାଜନୈତିକ ଗୋଟି ଚାଳନାରେ ସଫଳ ହୋଇଥିଲେ । ବର୍ତମାନ ସ୍ବାମୀଙ୍କ ସମ୍ମାନ ରକ୍ଷା କରିବା କରିବା ଏବଂ ଜଣେ ଶିକ୍ଷିତ ମହିଳା ଭାବରେ ସ୍ବାମୀଙ୍କ ପରି ପୁଣି ଥରେ କରପଡା ପଞ୍ଚାୟତରୁ ସମିତି ସଭ୍ୟା ଭାବର ବିଜୟୀ ହୋଇ ଗଞ୍ଜାମ ବ୍ଲକ ର ଅଧ୍ୟକ୍ଷା ପଦବୀ ପାଇଁ ସ୍ବାମୀଙ୍କ ଲୋକ ପ୍ରିୟତାକୁ ଆଧାର କରି ରାଜନୈତିକ ମୈଦାନ କୁ ଓଲ୍ଲାଇ ଥିବା ପ୍ରକାଶ କରିଛନ୍ତି ଦୀପାଳି। ନିର୍ବାଚନ ଶେଷରେ ଜଣାପଡିବ ବିଜୟୀ ମୁକୁଟ କାହାକୁ ମିଳୁଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories