www.samajalive.in
Saturday, December 6, 2025
26.1 C
Bhubaneswar

ପୋଷକ ତତ୍ୱରେ ଭରିପୁର ଏହି ଖାଦ୍ୟ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପରିମାଣରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର କର୍ମକ୍ଷେତ୍ର ଜୀବନରେ ସମୟର ଅଭାବ ହେତୁ ଲୋକେ ସଠିକ ଭାବେ ଶୋଇ ପାରନ୍ତି ନାହିଁ। ବେଳେ ବେଳେ ଏପରି ହୋଇଥାଏ ଯେ, ସମୟ ଥିଲେ ମଧ୍ୟ ଚିନ୍ତା କାରଣରୁ ଭଲ ଭାବେ ନିଦ ହୋଇନଥାଏ। ମାନସିକ ଓ ଶାରିରୀକ ଶାନ୍ତି ପାଇଁ ୬ ରୁ ୭ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଏତଦ ବ୍ୟତୀତ ରାତିରେ ନିଜ ଖାଦ୍ୟରେ ଏପରି କିଛି ଖାଦ୍ୟଦ୍ରବ୍ୟ ସାମିଲ କରନ୍ତୁ ଯେଉଁଥିରେ ଥିବା ପୋଷକ ତତ୍ତ୍ୱ ଭଲ ନିଦ ହେବାରେ ସାହାଯ୍ୟ କରେ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ଅଟେ। ଜାଣନ୍ତୁ ଏ ବିଷୟରେ….
ବାଦାମ –
୨୮ ଗ୍ରାମ ବାଦାମରେ ପ୍ରାୟ ୩୨ ଭାଗ ମ୍ୟାଗ୍ନେସିୟମ, ୧୭ ପ୍ରତିଶତ ରାଇବୋଜିୟମ, ୧୪ ପ୍ରତିଶତ ଫସଫରସ ରହିଛି। ଏହି ସମସ୍ତ ତତ୍ତ୍ୱ ଶରୀରରେ ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ଭଲ ଭାବେ ନିଦ ହୋଇଥାଏ।
କିୱି –
ଏକ ମଧ୍ୟମ ଧରଣର କିୱିରେ ପ୍ରାୟ ୫୦ କ୍ୟାଲୋରୀ ଓ ୩୮ ପ୍ରତିଶତ ଭିଟାମିନ କେ ରହିଛି। ଏହାଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ତେଣୁ ଶୋଇବା ପୂର୍ବରୁ ଗୋଟିଏ କିୱି ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
ଫେଟି ମାଛ –
ଫେଟି ମାଛରେ ଓମେଗା ୩, ଫେଟି ଏସିଡ଼, ଡ଼ିଏଚ୍ଏ୍ ରହିଛି। ଯାହା ମାନସିକ ଅବସ୍ଥାକୁ ସୁସ୍ଥ ରଖେ। ମାନସିକ ସୁସ୍ଥ ରହିବା କାରଣରୁ ଆପଣଙ୍କୁ ଭଲ ନିଦ ହୋଇଥାଏ।
ଅଖରୋଟ –
ଅଖରୋଟରେ ପ୍ରୋଟିନ, ମ୍ୟାଗ୍ନେସିୟମ, ଫସଫରସ ଆଦି ରହିଛି। ଯାହା ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ସହଜରେ ନିଦ ହୋଇଥାଏ।
କ୍ଷୀର –
ନିୟମିତ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦ ହେବାକୁ ସାହାଯ୍ୟ କରିବା ସହ ଅନିଦ୍ରା ସମସ୍ୟାକୁ ଦୂର କରେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories