www.samajalive.in
Tuesday, December 9, 2025
16.1 C
Bhubaneswar

ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ନିଯୁକ୍ତି ମେଳା

ଭୁବନେଶ୍ୱର : ଏନସିଏସସିଡିଏ (ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲଡ) ଭୁବନେଶ୍ୱରରେ ଆସନ୍ତା ୨୫ ତାରିଖରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତିମେଳା/ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି। ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କୁ୨୫୦ରୁ ଅଧିକ ପଦବୀରେ ନିଯୁକ୍ତି ମିଳିପାରିବ।ଏହି ପଦବୀ ଗୁଡିକ ମଧ୍ୟରେ ପ୍ରଡକ୍ଟମାର୍କେଟିଂ, ସେଲ୍ସ, ଟେଲିସେଲ୍ସ, ଇଲେକ୍ଟ୍ରିକାଲ, କଷ୍ଟମର ସର୍ଭିସ ଆଦି ଅନେକ ପଦବୀ ରହିଛି। ଏଥିପାଇଁ ମାଟ୍ରିକ, ଯୁକ୍ତଦୁଇ, ସ୍ନାତକ, ଆଇଟିଆଇ ଓ ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ରହିଛି।୧୮ ରୁ ୩୫ ବର୍ଷ ବୟସର ନିଯୁକ୍ତି ଆଶାୟୀ ଏହି ନିଯୁକ୍ତି ମେଳାରେ ଭାଗ ନେଇପାରିବେ। ଦିବ୍ୟାଙ୍ଗ ବର୍ଗରେ କେବଳ ଚଳପ୍ରଚଳରେ ସମସ୍ୟା ଥିବା ନିଯୁକ୍ତି ଆଶାୟୀ ଭାଗନେଇପାରିବେ।

ମେଳାରେ ଯୋଗଦେବା ପାଇଁ ନିଯୁକ୍ତି ଆଶାୟୀମାନେ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସକପି, ଆଧାରକାର୍ଡ, ପାସପୋର୍ଟ ସାଇଜ ଫଟୋଗ୍ରାଫ, ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ପ୍ରମାଣପତ୍ର ଓ ପୂରଣ ହୋଇଥିବା ଆବେଦନ ପତ୍ର ସାଙ୍ଗରେ ଆଣି ଆସିବାକୁ ପଡିବ। ନିଯୁକ୍ତି ମେଳା  ଏନସିଏସସିଡିଏ, ପ୍ଲଟନଂ- ୧,୨,୫ଓ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, (ମଧୂସୁଦନ ଦାସ ପାର୍କ ସାମ୍ନା) ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

- Advertisement -

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories