www.samajalive.in
Friday, December 5, 2025
23.1 C
Bhubaneswar

ଚୀନର ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଏଲଏସିରେ ଚୀନ ସହିତ ମେ ମାସରୁ ଉତ୍ତେଜନା ଜାରି ରହିଛି। ସେପଟେ ପାକିସ୍ତାନ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ଚଳାଇଛି। ଏପରି ସ୍ଥିତିରେ ନୌସେନା ଦିବସର ଦିନକ ପୂର୍ବରୁ ଗୁରୁବାର ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଦେଶ ସମ୍ମୁଖରେ କରୋନା ଏବଂ ସୀମାରେ ଚୀନ ସହିତ ମୁକାବିଲା କରିବାର ଚ୍ୟାଲେଞ୍ଜ ରହିଛି। ନୌସେନା ଏଥିପାଇଁ ସମ୍ପୂର୍ଣ୍ଣ ରୂ​‌ପେ ପ୍ରସ୍ତୁତ ଅଛି।

Image Courtesy: Free Press Journal

ଆଡ୍‌ମିରାଲ ସିଂହ କହିଛନ୍ତି, ଭବିଷ୍ୟତରେ ନୌସେନା ପାଇଁ ନିର୍ମାଣ ହେବାକୁ ଥିବା ୪୩ ଯୁଦ୍ଧ ଜାହାଜ ଏବଂ ବୁଡ଼ା ଜାହାଜ ମଧ୍ୟରୁ ୪୧ଟି ଭାରତରେ ନିର୍ମାଣ ହେବ, ଯେଉଁଥିରେ ସ୍ବଦେଶୀ ବିମାନ ବାହକ ଜାହାଜ ବି ସାମିଲ ହେବ। ଆତ୍ମନିର୍ଭର ଭାରତ ଅଭିଯାନକୁ ଦୃଷ୍ଟିରେ ଏପରି କରାଯାଉଛି। ନୌସେନାରେ ମହିଳା ଅଧିକାରୀମାନଙ୍କ ସମ୍ପର୍କରେ ସୂଚନା ଦେଇ ସିଂହ କହିଥିଲେ ଯେ, ଗତ ନଭେମ୍ବରରେ ଭାରତୀୟ ନୌସେନା ଜାହାଜରେ ୪ ମହିଳା ଅଧିକାରୀଙ୍କୁ ନିଯୁକ୍ତ କରିଛି। ସେହିପରି ୨ ମହିଳା ଅଧିକାରୀଙ୍କୁ ମାଳଦ୍ବୀପ ଏବଂ ରୁଷରେ ନିଯୁକ୍ତ କରାଯାଇଛି।

- Advertisement -

ଦେଶ ସାମ୍ନାରେ କରୋନା ଭାଇରସ ଏବଂ ଏଲଏସିରେ ଚୀନ ସହିତ ମୁକାବିଲା କରିବାର ୨ଟି ଚ୍ୟାଲେଞ୍ଜ ରହିଛି। ଏହି ଦୁଇଟି ଯାକ ଚ୍ୟାଲେଞ୍ଜର ସାମ୍ନା କରିବା ଲାଗି ନୌସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତୀୟ ନୌସେନା ମଜଭୁତ ହୋଇ ଛିଡ଼ା ହେବା ଲାଗି ଦୃଢ଼ ସଙ୍କଳ୍ପବଦ୍ଧ ବୋଲି ସେ କହିଥିଲେ।

ହିନ୍ଦ୍‌ ମହାସାଗରରେ ଚୀନ ଜାହାଜଗୁଡ଼ିକ ଦ୍ବାରା ଅନୁପ୍ରବେଶ କରାଯିବାର ସ୍ଥିତିକୁ ମୁକାବିଲା କରିବା ପାଇଁ ଆମ ନିକଟରେ ଏସଓପି ଥିବା ସିଂହ କହିଛନ୍ତି। ଲିଜ୍‌ରେ ଆସିଥିବା ୨ଟି ପ୍ରିଡେଟର ଡ୍ରୋନ୍‌ ଆମ ଯାଞ୍ଚ ଦକ୍ଷତାରେ ଥିବା ଅନ୍ତରକୁ ପୂରା କରିବାରେ ସହଯୋଗ କରୁଛନ୍ତି। ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା ସହିତ ନୌସେନା ମିଶି କାମ କରୁଛି। ୨ଟି ଯାକ ସେନା ସହିତ ନୌସେନା ନିକଟ ସମନ୍ବୟ ଏବଂ ତାଳମେଳ ରକ୍ଷା କରୁଛି। ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories