www.samajalive.in
Friday, December 5, 2025
23.1 C
Bhubaneswar

ପରିବାର ସଦସ୍ୟଙ୍କୁ ସମ୍ମାନ ଦେଲେ ଦୂର ହୋଇଥାଏ ନବଗ୍ରହଙ୍କ ଦୋଷ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହଙ୍କ ଚଳନ କାରଣରୁ ବ୍ୟକ୍ତିଙ୍କୁ କେବେ ସୁଖ ତ କେବେ ଦୁଃଖ ଭୋଗ କରିବାକୁ ପଡିଥାଏ। ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହ ସହ ଜଡିତ ଅନେକ ଉପାୟ ମଧ୍ୟ ବର୍ଣ୍ଣନା କରାଯାଇଛି। ଜପ-ତପ,ପୂଜାପାଠ,ଦାନ ଆଦି ସାମିଲ କରାଯାଇଛି। ତେବେ ଏପରି କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ ଯାହାକୁ ପାଳନ କରିବା ଦ୍ୱାରା ନବଗ୍ରହଙ୍କ ଶୁଭଫଳ ମିଳିଥାଏ…
ସୂର୍ଯ୍ୟ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ହୋଇ ଅଶୁଭ ଫଳ ମିଳୁଥିଲେ, ନିଜ ପିତା ଓ ପିତା ସମାନ ବ୍ୟକ୍ତିଙ୍କୁ ଆଦର ସମ୍ମାନ ଦେବା ସହ ତାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ।
ଚନ୍ଦ୍ରମାଙ୍କ ସମ୍ବନ୍ଧ ମାଆ ଓ ମାଉସୀ ତଥା ସେହି ବୟସର ମହିଳାଙ୍କ ସହ ଜଡିତ। ଚନ୍ଦ୍ରମାଙ୍କ ଦୋଷ ଦୂର କରିବା ପାଇଁ ଓ ଶୁଭଫଳ ପ୍ରାପ୍ତି ପାଇଁ ମାଆ ,ମାଉସୀଙ୍କୁ ସମ୍ମାନ ଦେବା ସହ ଖୁସିରେ ରଖନ୍ତୁ।
ମଙ୍ଗଳ – ମଙ୍ଗଳଙ୍କ ସମ୍ବନ୍ଧ ଭାଇ ଓ ସାଙ୍ଗଙ୍କ ସହ ଜଡିତ। ତେଣୁ ମଙ୍ଗଳଗ୍ରହଙ୍କ କୃପା ପ୍ରାପ୍ତି ପାଇଁ ଭାଇ ଓ ସାଙ୍ଗଙ୍କ ସହ ଭଲ ସମ୍ପର୍କ ରଖନ୍ତୁ। ବଡ ଭାଇଙ୍କୁ ସମ୍ମାନ ଓ ସାନ ଭାଇଙ୍କୁ ସ୍ନେହ କରନ୍ତୁ। ସାଙ୍ଗଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ।
ବୁଧ – ବୁଧ ଗ୍ରହଙ୍କ ସମ୍ବନ୍ଧ କର୍ମକ୍ଷେତ୍ର ସହ ଜଡିତ ବୋଲି କୁହାଯାଏ। ସମ୍ପର୍କ ଅନୁଯାୟୀ, ବୁଧଙ୍କ ସମ୍ବନ୍ଧ ଭଉଣୀ,ପିଉସୀ,ଝିଅ ସହ ଜଡିତ। ବୁଧ ଗ୍ରହଙ୍କ ଶୁଭଫଳ ପ୍ରାପ୍ତି ପାଇଁ ସର୍ବଦା ନିଜ ଭଉଣୀ,ପିଉସୀଙ୍କୁ ମାନ-ସମ୍ମାନ ଦେବା ସହ ଉପହାର ଦେଇ ଖୁସି କରନ୍ତୁ।
ବୃହସ୍ପତି – ବୃହସ୍ପତିଙ୍କ ଶୁଭଫଳ ପାଇଁ ସର୍ବଦା ଗୁରୁ, ଜେଜେ ବାପା ଆଦିଙ୍କ ସହ ଜଡିତ। ତେଣୁ ବୃହସ୍ପତିଙ୍କ କୃପା ପ୍ରାପ୍ତି ପାଇଁ ସର୍ବଦା ଗୁରୁ, ଜେଜେବାପାଙ୍କୁ ସମ୍ମାନ ଦେବା ଉଚିତ୍‍।
ଶୁକ୍ର – ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ସୁଖ,ଐଶ୍ୱର୍ଯ୍ୟ ପ୍ରଦାନ କରୁଥିବା ଗ୍ରହ। ଜାତକରେ ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ନିଜର ପତିପତ୍ନୀଙ୍କ ସମ୍ମାନ ଦିଅନ୍ତୁ। ଆଦୌ ଦୁଃଖ ଦିଅନ୍ତୁ ନାହିଁ।
ଶନି – ଶନିଗ୍ରହଙ୍କ ସମ୍ବନ୍ଧ ଦାଦା,ମାମୁଁ କାମ କରୁଥିବା କର୍ମଚାରୀଙ୍କ ସହ ଜଡିତ। ତେଣୁ ଶନିଙ୍କ ଶୁଭଫଳ ପାଇଁ ଏମାନଙ୍କୁ ଆଦୌ ଅସମ୍ମାନ କରନ୍ତୁ ନାହିଁ।
ରାହୁ – ରାହୁଙ୍କ ସମ୍ବନ୍ଧ ଶ୍ୱଶୁର ଓ ଶାଶୁ ଘର ସହ ଜଡିତ। ତେଣୁ ଏହି ବ୍ୟକ୍ତିବିଶେଷଙ୍କୁ ଅସମ୍ମାନ କରନ୍ତୁ ନାହିଁ।
କେତୁ – କେତୁଙ୍କ ସମ୍ବନ୍ଧ ଅଜାଙ୍କ ସହ ଜଡିତ। ତେଣୁ କେତୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଅଜା କିମ୍ବା ଅଜା ସମାନ ବ୍ୟକ୍ତିଙ୍କୁ ସର୍ବଦା ସମ୍ମାନ ଓ ସ୍ନେହ କରନ୍ତୁ। ଅସମ୍ମାନ କରନ୍ତୁ ନାହିଁ। ଦୁଃଖ ଦିଅନ୍ତୁ ନାହିଁ।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories