www.samajalive.in
Tuesday, December 9, 2025
16.1 C
Bhubaneswar

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ‘କାବ୍ୟଶାସ୍ତ୍ର-ବିମର୍ଶ’ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସଂସ୍କୃତ ବିଭାଗ ଓ ଭୁବନେଶ୍ୱର ସଂସ୍କୃତ ପରିଷଦର ମିଳିତ ଆନୁକୁଲ୍ୟରେ ‘କାବ୍ୟଶାସ୍ତ୍ର-ବିମର୍ଶ (ସୋନ୍ଦର୍ୟ୍ୟତତ୍ତ୍ଵ ଭରତଙ୍କଠାରୁ ଆରମ୍ଭ କରି ବିଶ୍ଵନାଥଙ୍କ ପର୍ୟ୍ୟନ୍ତ) ଶୀର୍ଷକ ଆଭାସୀ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଭୁବନେଶ୍ୱର ସଂସ୍କୃତ ପରିଷଦର ଅଧ୍ୟକ୍ଷ ତଥା ଡଃ.ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ଵବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର କାବ୍ୟଶାସ୍ତ୍ରର ପରମ୍ପରା ଓ କରୁଣରସ-ବିମର୍ଶ ତଥା କାବ୍ୟର ସୋନ୍ଦର୍ୟ୍ୟତତ୍ତ୍ଵ ଉପରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ ।

 

- Advertisement -

ପରିଷଦର ସହ-ସମ୍ପାଦକ ଡଃ.ଜଗମୋହନ ଆଚାର୍ୟ୍ୟ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ  ସମ୍ପର୍କରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ ବୈଦିକ ମଙ୍ଗଳାଚରଣ ପାଠ କରିଥିଲେ ଅତିଥି ଅଧ୍ୟାପକ ବିରାଜକୃଷ୍ଣ ମିଶ୍ର । ଏହାପରେ ପତ୍ରବାଚନ ସତ୍ରରେ ଅଧ୍ୟକ୍ଷତା କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାଚାର୍ୟ୍ୟ ଡଃ.ବ୍ରଜସୁନ୍ଦର ମିଶ୍ର ଓ ପରିଚାଳନା ତଥା ଶାନ୍ତିପାଠ କରିଥିଲେ ରମାଦେବୀ କନିଷ୍ଠ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡଃ.ସୁଜିତ ମିଶ୍ର । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସଂସ୍କୃତ ବିଭାଗ ମୁଖ୍ୟ ଡଃ.ପ୍ରଣତି କୁମାରୀ ସାହୁ । ଏହି ଦ୍ୱିଦିବସୀୟ ଆଭାସୀ ଜାତୀୟ ଆଲୋଚନାଚକ୍ରରେ ଦଶଜଣ ଗବେଷକ ଓ ଛାତ୍ରଛାତ୍ରୀ ଶୋଧ-ପ୍ରବନ୍ଧ ପାଠ କରିଥିବାବେଳେ ଶତାଧିକ ଛାତ୍ରଛାତ୍ରୀ, ଗବେଷକ,ଗବେଷିକା, ଅଧ୍ୟାପକ-ଅଧ୍ୟାପିକା ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories