ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଛି। ଜୁନ୍ ମାସର ଶେଷ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ଦେଶରେ ସାମଗ୍ରିକ ବୃଷ୍ଟିପାତର ଅଭାବ ପୂରଣ ହୋଇଛି। ମିଳିଥିବା ରିପୋର୍ଟ ଅନୁସାରେ, ଦେଶର ୪୭ ଅଞ୍ଚଳରେ ମୌସୁମୀ ବର୍ଷା ହୋଇନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସମଗ୍ର ଦେଶରେ ଥିବା ୩୬ଟି ଉପ-ବିଭାଗ ଅଞ୍ଚଳ ମଧ୍ୟରୁ ୨୦ଟି ଅଞ୍ଚଳ ବର୍ଷା ଅଭାବର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ବିହାରରେ ବର୍ଷାର ଅଭାବ ୭୮ ପ୍ରତିଶତ କମ୍ ହୋଇଥିବାବେଳେ ପୂର୍ବ ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏହା ୫୦ ପ୍ରତିଶତ କମ୍ ହୋଇଛି।
Popular Categories



