www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲଙ୍କୁ ଇଡିର ୩ଘଣ୍ଟା ଜେରା; ଖାଇବା ପରେ ପୁଣି କରିବ ପଚରାଉଚରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଲଗାତର ୩ଘଣ୍ଟା ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ ବାହାରକୁ ରାହୁଲ ଗାନ୍ଧୀ ଆସିଥିବା ଦେଖିବାକୁ ମିଳିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାହୁଲ ମଧ୍ୟାହ୍ନ ଭୋଜନ କରିସାରିବା ପରେ ପୁଣି ତାଙ୍କୁ ଜେରା କରାଯିବ ।

ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ରାହୁଲଙ୍କୁ ଆହୁରି ଅନେକ ପ୍ରଶ୍ନ କରିବ ଇଡି । ତେବେ ଇଡି ବର୍ତ୍ତମାନ କେଉଁ କେଉଁ ପ୍ରଶ୍ନ ରାହୁଲଙ୍କୁ ପଚାରିଛି ତାହା ସୂଚନା ଦିଆଯାଇନାହିଁ । ଏନେଇ ରାହୁଲ ମଧ୍ୟ କିଛି ପ୍ରତିକ୍ରିୟା ରଖିନାହାନ୍ତି । ସେପଟେ ରାହୁଲଙ୍କୁ ଜେରା କରାଯିବାନେଇ ଦିଲ୍ଲୀରେ କଂଗ୍ରେସର ଶତାଧିକ କର୍ମୀ ଓ ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଆଇସିସି ମୁଖ୍ୟାଳୟ ଆଗରେ ରାହୁଲଙ୍କ ସମର୍ଥନ ମାନେ ନାରାବାଜି ଦେବା ସହ ବିକ୍ଷୋଭ କରିଥିଲେ ।

- Advertisement -

ଘଟଣାକୁ ଆୟତ୍ତ କରିବାକୁ ପୁଲିସ ୨୫୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ଖାଲି ସେତିକି ନୁହେଁ ଦିଲ୍ଲୀ ସମତେ ବିଭିନ୍ନ ରାଜ୍ୟରେ କଂଗ୍ରେସ କର୍ମୀ ମାନେ ଘଟଣାକୁ ତୀବ୍ର ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୁଜରାଟର ଅହମ୍ମଦାବାଦରେ ଏହି ଘଟରାକୁ ବିରୋଧ କରାଯାଉଥିବା ବେଳେ ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ଦଳ ପକ୍ଷରୁ ବଡ଼ ଧରଣର ବିକ୍ଷୋଭ କରାଯାଇଛି । ଲଖନଉରେ ମଧ୍ୟ କଂଗ୍ରେସ ଏହାକୁ ଘୋର ବିରୋଧ କରିଛି ।

ସୂଚନା ଥାଉକି, ଗତ ୩ ତାରିଖରେ ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା (ଇଡି) ରାହୁଲଙ୍କୁ ସମନ କରିଥିଲା । ପୂର୍ବରୁ ମଧ୍ୟ ଏହି ମାମଲାରେ ଇଡି ଗୋଟିଏ ଥର ସମନ କରିସାରିଥିବା ବେଳେ ଏହା ଥିଲା ଇଡିର ଦ୍ବିତୀୟ ଥର ପାଇଁ ସମନ । ସମନ ଅନୁଯାୟୀ ଜୁନ୍‌ ୧୩ ତାରିଖ ଅର୍ଥାତ୍‌ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା ।

ଏହା ପୂର୍ବରୁ ଜୁନ୍ ୨ ତାରିଖରେ ଇଡି ରାହୁଲଙ୍କୁ ଡକାଇଥିଲା । ହେଲେ ରାହୁଲ ବିଦେଶରେ ଥିବା ଦର୍ଶାଇ ହାଜର ହୋଇନଥିଲେ । ଏହି ମାମଲାରେ ସୋନିଆଙ୍କୁ ମଧ୍ୟ ସମନ ହୋଇଛି । ହେଲେ ତାଙ୍କର ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ସେ ୩ ସପ୍ତାହ ଇଡିକୁ ସମୟ ମାଗିଛନ୍ତି । ଆଜି ରାହୁଲ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଥିବା ବେଳେ ତାଙ୍କୁ ୩ ଘଣ୍ଟା ଧରି ଜେରା କରିଛି ଇଡି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories