www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୯୫.୪୬ ପ୍ରତିଶତ : ଆରୋଗ୍ୟ ସଂଖ୍ୟା ସଂକ୍ରମିତ ସଂଖ୍ୟାର ୩୦ଗୁଣରୁ ଅଧିକ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୫୦ ହଜାରକୁ ଟପି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ମଇ ମାସରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୫୦ ହଜାର ଥିବାବେଳେ ଚଳିତ ମାସରେ ଏହା ୯୫ ଲକ୍ଷକୁ ଅତିକ୍ରମ କରିଯାଇଛି। ଆରୋଗ୍ୟ ଲୋକଙ୍କ ସଂଖ୍ୟା ସଂକ୍ରମିତ ଲୋକଙ୍କ ସଂଖ୍ୟାର ୩୦ ଗୁଣରୁ ଅଧିକ ରହିଛି। ଦେଶରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସକ୍ରିୟ ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୩.୦୯ % ରହିଛି। ବର୍ତ୍ତମାନ ପ୍ରାୟ ୩ ଲକ୍ଷ ୮ ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି। ମନ୍ତ୍ରଣାଳୟ କହିଛି, ଦେଶରେ ଅଧିକ ନମୁନା ପରୀକ୍ଷା, ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ସେମାନଙ୍କର ତୁରନ୍ତ ଚିକିତ୍ସା କରିବା ଯୋଗୁଁ ଏହି ସଫଳତା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୧୫୩ ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମଣ ୧ କୋଟିକୁ ଅତିକ୍ରମ କରିଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories