www.samajalive.in
Monday, December 8, 2025
27.1 C
Bhubaneswar

ପାର୍ଲାମେଣ୍ଟ ଆତଙ୍କୀ ଆକ୍ରମଣକୁ ପୁରିଲା ୧୮ ବର୍ଷ : ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ୨୦୦୧ ମସିହାର ଆଜିର ଦିନରେ ପାର୍ଲାମେଣ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରତିରୋଧ କରିବାକୁ ଯାଇ ପ୍ରାଣବଳୀ ଦେଇଥିବା ବୀର ଶହୀଦ ଯବାନମାନଙ୍କ ପ୍ରତି ଦେଶବାସୀଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଏହି ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରାଣବଳୀ ଦେଇଥିବା ଶହୀଦ ଯବାନମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପାର୍ଲାମେଣ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ପ୍ରତିହତ କରିବାକୁ ଯାଇ ସେମାନେ ପ୍ରାଣବଳୀ ଦେଇଥିଲେ। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ସନ୍ତ୍ରାସବାଦର ମୂଳୋତ୍ପାଟନ କରିବାକୁ ଭାରତ ଏହାର ସଂକଳ୍ପରେ ଅଟଳ ରହିଛି।
ସେହିପରି ଉପରାଷ୍ଟ୍ରପତି ଏମ୍. ଭେଙ୍କିୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, ରାଜ୍ୟସଭା ବିରୋଧୀଦଳ ନେତା ଗୁଲାମନବୀ ଆଜାଦ ଓ ବହୁ ମନ୍ତ୍ରୀ ତଥା ସାଂସଦ ସଂସଦ ଭବନ ପରିସରସ୍ଥିତ ଶହୀଦ ଯବାନମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଶହୀଦ ଯବାନମାନଙ୍କ ବଳିଦାନ ସ୍ମୃତିରେ ସଂସଦ ଭବନ ପରିସର ମଧ୍ୟରେ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ ୨୦୦୧ ଡିସେମ୍ବର ୧୩ ତାରିଖ ଦିନ ଲସ୍କର-ଇ-ତୋଇବା ଓ ଜୈସେ ମହମ୍ମଦ ଗୋଷ୍ଠୀର ଆତଙ୍କଦୀମାନେ ପାର୍ଲାମେଣ୍ଟ ପରିସର ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳି ଚାଳନା କରିଥିଲେ। ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଆତଙ୍କବାଦୀମାନଙ୍କର ପ୍ରାଣହାନୀ ଘଟିଥିଲା। ଏହି ସଂଘର୍ଷରେ ଦିଲ୍ଲୀ ପୁଲିସ୍‍ର ୫ ଜଣ ଯବାନ, ଜଣେ ମହିଳା
ସିଆର୍‍ପିଏଫ୍‍ କର୍ମୀ ଓ ଦୁଇଜଣ ପାର୍ଲାମେଣ୍ଟ ପହରାଦାର ଏବଂ ଜଣେ ଉଦ୍ୟାନ କର୍ମଚାରୀଙ୍କର ପାଣହାନୀ ଘଟିଥିଲା। ସେହିପରି ଗୁଳି ବାଜି ଆହତ ହୋଇଥିବା ଜଣେ ସାମ୍ବାଦିକଙ୍କର ମଧ୍ୟ ପରେ ମୃତ୍ୟୁ ଘଟିଥିଲା।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories