www.samajalive.in
Monday, December 8, 2025
27.1 C
Bhubaneswar

କଡ଼ା ସୁରକ୍ଷା ବଳୟରେ ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ଉତ୍ତରପ୍ରଦେଶର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା ପରେ ସେ ପବିତ୍ର ସ୍ନାନ କରିଛନ୍ତି। ତ୍ରିବେଣୀ ସଙ୍ଗମରେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ମାଳ ଧାରଣ କରି ମନ୍ତ୍ର ଉଚ୍ଚାରଣ ସହ ମା’ ତ୍ରିବେଣୀଙ୍କ ପରିକ୍ରମା କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସାଙ୍ଗରେ ଥିଲେ, ମାତ୍ର ପ୍ରଧାନମନ୍ତ୍ରୀ ଏକାକୀ ବୁଡ଼ ପକାଇଛନ୍ତି। ଏହି ସମୟରେ ସିଆରପିଏଫ ଓ ସେନା ଯବାନ ଉପସ୍ଥିତ ଥିଲେ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍ଗମରେ ବୁଡ଼ ପକାଇବା ପରେ ମା’ ଗଙ୍ଗାଙ୍କୁ ପୂଜା କରିଛନ୍ତି। ଅରୈଲ ଅଞ୍ଚଳରେ ତାଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଲର୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ପାଞ୍ଚ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories