www.samajalive.in
Thursday, December 11, 2025
27.1 C
Bhubaneswar

ଅର୍ଜୁନ ରାମପାଲଙ୍କ ଘରେ ଏନସିବିର ଚଢଉ

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କାରବାର ପ୍ରସଙ୍ଗ ଆସିବା ପରଠାରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ସଂସ୍ଥା ସିନେମା ଜଗତ ସହ ଜଡିତ ସେଲିବ୍ରିଟିମାନଙ୍କ ଘର ଉପରେ କ୍ରମାଗତ ଭାବରେ ଚଢଉ କରୁଛି ଏବଂ ଡ୍ରଗ୍ସ ବେପାରୀଙ୍କ ଉପରେ  କଡା ନଜର ରଖିଛି।

ଏହି ପରିପ୍ରେକ୍ଷୀରେ ସୋମବାର ଏନସିବି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢଉ କରିଛି। ଏହାପୂର୍ବରୁ ଏହି କେନ୍ଦ୍ରୀୟ ଏଜେନ୍ସି ବଲିଉଡର ଅନେକ ସେଲିବ୍ରିଟିଙ୍କ ଘରେ ଚଢଉ କରିଥିଲା।

- Advertisement -

ଏନସିବି ଅଧିକାରୀମାନେ ଚଢଉ ପାଇଁ ମୁମ୍ବାଇର ବାନ୍ଦ୍ରାସ୍ଥିତ ରାମପାଲଙ୍କ ଘରେ ପହଞ୍ଚିଥିଲେ। ସୋମବାର ସକାଳେ ଅଧିକାରୀମାନେ ରାମପାଲଙ୍କ ଘରେ ପହଞ୍ଚିଥିଲେ। କୁହାଯାଉଛି ଯେ ଏନସିବି ଅଭିନେତାଙ୍କ ଘରେ ଡ୍ରଗ୍ସ ଖୋଜୁଛି। ସୁଶାନ୍ତ ମୃତ୍ୟ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏନସିବି ଡ୍ରଗ୍ସ କାରବାର ବିଷୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୋଳତାଡ ଆରମ୍ଭ କରିଛି।

ଗତ ମାସରେ ଏହି ସଂସ୍ଥା ଡ୍ରଗ୍ସ ମାମଲାରେ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଭାଇ ଆଗିସିଲୋସ ଡେମେଟ୍ରିଏଡଙ୍କୁ ଗିରଫ କରିଥିଲା। ଆଗିସିଲୋସରୁ ହାଶିଶ ଏବଂ ଆଲପ୍ରାଜୋଲାମ ଟାବଲେଟ ମିଳିଥିଲା। ଏହି ଦୁଇଟି ଜିନିଷକୁ ନାର୍କୋଟିକ୍ସ ପକ୍ଷରୁ ନିଷେଧ କରାଯାଇଛି। ଓମେଗା ଗୋଡୱିନ୍ ନାମକ ଜଣେ ବ୍ୟକ୍ତିଙ୍କୁ ମୁମ୍ବଇରେ କୋକେନ ଯୋଗାଣ ଅଭିଯୋଗରେ ଗିରଫ କରାଯାଇଥିଲା ଓ ଆଗିସିଲୋସଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories