www.samajalive.in
Monday, December 8, 2025
27.1 C
Bhubaneswar

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ୭ ମାସ ଧରି ପ୍ରାଣୀ ଉଦ୍ୟାନ ବନ୍ଦ୍‍ ରହିଥିଲା। ଅନ୍‍ଲାଇନ୍‍ ଟିକେଟ୍‍ କରିଥିବା ପର୍ଯ୍ୟଟକଙ୍କୁ ଆଜି ସକାଳ ୮ଟା ବେଳେ ପ୍ରଥମେ ପ୍ରାଣୀ ଉଦ୍ୟାନ ଭିତରକୁ ଛଡ଼ାଯାଇଥିଲା। ପ୍ରାଣୀ ଉଦ୍ୟାନରେ କୋଭିଡ୍‍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ମୁଖ୍ୟ ଫାଟକରେ ପର୍ଯ୍ୟଟକମାନଙ୍କୁ ଥର୍ମାଲ୍‍ ସ୍କାନିଂ କରାଯାଉଥିବା ବେଳେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ସମସ୍ତ ପର୍ଯ୍ୟଟକ ବିଶୋଧନ ମେସିନ୍‍ ମଧ୍ୟ ଦେଇ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ କରୁଛନ୍ତି।

- Advertisement -

ପର୍ଯ୍ୟଟକମାନେ ଯେପରି ଜନ୍ତୁ ଖୁଆଡ଼କୁ ନ ଛୁଅନ୍ତି, ସେଥିପାଇଁ ଖୁଆଡ଼ ସମ୍ମୁଖରେ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି। ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନରେ ଟିକେଟ୍‍ ବ୍ୟବସ୍ଥା କରାଯାଇଛି। ବାଘ ସଫାରୀ, ସିଂହ ସଫାରୀ ସମେତ ବ୍ୟାଟେରୀ ଚାଳିତ ଗାଡ଼ି ଓ ବୋଟିଂ ବ୍ୟବସ୍ଥାକୁ ବର୍ତ୍ତମାନ ପାଇଁ ବନ୍ଦ୍‍ ରଖାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories