www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାଭାବିକ ହେଲା ପର୍ଯ୍ୟଟନ: ଆଜିଠୁ ଖୋଲିବ ନନ୍ଦନକାନନ

ପୁରୀ/ନନ୍ଦନକାନନ : ପୁରୀରେ ବାତ୍ୟା ଆଶଙ୍କା ଟଳି ଯାଇଛି। ପର୍ଯ୍ୟଟକଙ୍କ ପୁରୀ ଆସିବା ଉପରୁ କଟକଣା ଉଠାଇଛି ଜିଲା ପ୍ରଶାସନ। ବାତ୍ୟା ଆଶଙ୍କା ଥିବାରୁ ପୁରୀ ଛାଡ଼ି ଚାଲିଯିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଥିଲେ। ପୁରୀର ବିଭିନ୍ନ ହୋଟେଲ, ଲଜିଂ, ଧର୍ମଶାଳା, ଭକ୍ତ ନିବାସରେ ଥିବା ଶହ ଶହ ପର୍ଯ୍ୟଟକ ୨୩ ତାରିଖ ରାତି ସୁଦ୍ଧା ଟ୍ରେନ ଓ ବସ୍ ଯୋଗେ ଫେରି ଯାଇଥିଲେ। ସେହିପରି ପ୍ରବଳ ବର୍ଷା ପବନ ଆଶଙ୍କା ଥିବାରୁ ୨୪ ଓ ୨୫ ତାରିଖ ଦୁଇଦିନ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏଥିଯୋଗୁଁ ପୁରୀ ସହର ପୁରା ପର୍ଯ୍ୟଟକ ଶୂନ୍ୟ ହୋଇପଡିଥିଲା । ତେବେ ବାତ୍ୟା ଆଶଙ୍କା ଟଳିଯିବା ପରେ ପୁରୀ ଆସିବାକୁ ପର୍ଯ୍ୟଟକଙ୍କୁ ଶୁକ୍ରବାର ନିମନ୍ତ୍ରଣ କରିଛି ଜିଲା ପ୍ରଶାସନ। ପୁରୀ ଏବେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବାତ୍ୟା ‘ଦାନା’ ରାଜ୍ୟର ଅନ୍ୟ ଜିଲାରେ ସ୍ଥଳଭାଗ ଛୁଇଁଛି। ଏହାର କୌଣସି ପ୍ରଭାବ ପୁରୀ ଉପରେ ପଡ଼ିନାହିଁ। ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଂପୂର୍ଣ୍ଣ ସ୍ବାଭାବିକ ରହିଛି। ତେଣୁ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରଶାସନ ପ୍ରତ୍ୟାହାର କରିନେଇଛି ବୋଲି ସେ କହିଛନ୍ତି। କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ଉପରେ ଜାରି କରାଯାଇ ଥିବା କଟକଣାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି। ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପୂର୍ବଭଳି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସୂର୍ଯ୍ୟମନ୍ଦିର ବୁଲି ପାରିବେ। ସମୁଦ୍ର ବେଳାଭୂମି ଏବେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସେ କହିଛନ୍ତି। ତେବେ ସମୁଦ୍ର ଏବେବି ଅଶାନ୍ତ ରହିଥିବାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସେ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜିଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।  ବାତ୍ୟା ପରିପ୍ରେକ୍ଷୀରେ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ୨୪ ଓ ୨୫ ତାରିଖ ଦୁଇଦିନ ବନ୍ଦ ରଖିଥିଲେ। ବାତ୍ୟା ଦୁର୍ବଳ ହୋଇସାରିଥିବା ପରିପ୍ରେକ୍ଷୀରେ ଆଜିଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ପୂର୍ବପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଅଫଲାଇନ ଓ ଅନଲାଇନ ଜରିଆରେ ଟିକଟ ସଂଗ୍ରହ କରି ବୁଲି ପାରିବେ। ସୂଚନା ଯେ, ଶୁକ୍ରବାର ୭୫୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ଆସି ନିରାଶରେ ଫେରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories