www.samajalive.in
Thursday, December 11, 2025
23.1 C
Bhubaneswar

ନଖ ଜଣାଇଥାଏ ଏହି ରହସ୍ୟ

ସଭିଏଁ ନଖକୁ ସୁନ୍ଦର କରି ରଖିଥାଆନ୍ତି। ଏହା ପ୍ରାୟ ଆପଣ ଦେଖିଥିବେ। ମାତ୍ର ନଖର ଆକାର ଓ ଏହାର ରଙ୍ଗ ଆପଣଙ୍କର ଆର୍ଥିକ ସ୍ଥିତି, ସ୍ୱଭାବ ବିଷୟରେ ବହୁ କିଛି ଜଣାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଖ ସହ ଜଡ଼ିତ କିଛି କଥା କୁହାଯାଇଛି। ଜାଣନ୍ତୁ ତାହା କ’ଣ
ନଖର ଆକାର ଆଙ୍ଗୁଠିର ସାମାନ୍ୟ ଆଗକୁ ସରୁ ହୋଇ ରହିଥିଲେ ମଧ୍ୟ ଏହାକୁ ଉତ୍ତମ ନଖ ବୋଲି କୁହାଯାଏ। ଏଭଳି ନଖ ଥିବା ମହିଳାମାନେ ଭାଗ୍ୟଶାଳୀ ଅଟନ୍ତି।
ଯେଉଁ ମହିଳାମାନଙ୍କର ନଖର ରଙ୍ଗ ସାମାନ୍ୟ ଗୋଲାପି , ଚିକ୍କଣ ହୋଇଥାଏ ସେମାନଙ୍କୁ ମଧ୍ୟ ଭାଗ୍ୟଶାଳୀ ମହିଳା କୁହାଯାଏ। ଏଭଳି ମହିଳାଙ୍କର ଜୀବନରେ ସଫଳତା ଶୀଘ୍ର ପାଇଥାଆନ୍ତି। ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଯେଉଁ ପୁରୁଷ ମାନଙ୍କ ଆଙ୍ଗୁଠିର ଶେଷ ଅଂଶ ଠାରୁ ନଖ ଅଧିକ ଉପରକୁ ଅଧିକ ଯାଇନଥାଏ, ସେମାନେ ଜୀବନରେ ନିଜ ପରିଶ୍ରମ ଦ୍ୱାରା ସଫଳତା ପ୍ରାପ୍ତି କରିଥାଆନ୍ତି।
ଯେଉଁମାନଙ୍କର ନଖ ସାଧରଣ ହଳଦିଆ ରଙ୍ଗର ହୋଇଥାଏ, ସେମାନଙ୍କ ଜୀବନରେ ଛୋଟ ବଡ଼ ସମସ୍ୟା ଲାଗି ରହିଥାଏ।
ଯେଉଁମାନଙ୍କ ନଖ ସାମାନ୍ୟ ଲାଲ ରଙ୍ଗ ଓ ଚିକ୍କଣ ହୋଇଥାଏ, ଏଭଳି ନଖକୁ ଉତ୍ତମ ନଖ କୁହାଯାଏ। ଏଭଳି ନଖ ଥିବା ବ୍ୟକ୍ତିମାନଙ୍କର ଧନବୃଦ୍ଧି ହୋଇଥାଏ।
ନଖ ଆବଶ୍ୟକତା ଠାରୁ ଅଧିକ ପତଳା ହେଲେ ଓ ସହଜରେ ଭାଙ୍ଗି ଗଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ।
ଯେଉଁମାନଙ୍କର ମଧ୍ୟମା ଆଙ୍ଗୁଠିର ନଖ ଅଧିକ ଦୁର୍ବଳ ସେଭଳି ବ୍ୟକ୍ତି ପରିଶ୍ରମ ଅନୁଯାୟୀ ଆଶାନୁରୂପକ ଧନ ସଞ୍ଚୟ କରିପାରନ୍ତି ନାହିଁ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories