ନୂଆଦିଲ୍ଲୀ : ଏନଡିଏ ସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ନେଇ ଆନ୍ଦ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି। ଇଣ୍ଡିଆ ଟୁଡେ କନକ୍ଲେଭ (ସାଉଥ)-୨୦୧୮ରେ ଯୋଗଦେଇ ନାଇଡୁ ଏହା କହିଛନ୍ତି। ବିମୁଦ୍ରାୟନ ଦ୍ୱାରା ଭୋଟ କିଣିବା ମୋଦୀ ସରକାରଙ୍କୁ ସହାୟକ ହୋଇଥିଲା। ୨୦୦୦ହଜାର ନୋଟ ଦେଇ ଅତି ସହଜରେ ଭୋଟର ମାନଙ୍କୁ କିଣାଯାଇ ପାରିଥିଲା ବୋଲି ନାଇଡୁ କହିଛନ୍ତି।
ସେ ଆହୁରି କହିଛନ୍ତି ମୁଁ ପୂର୍ବରୁ ହିଁ ବିମୁଦ୍ରାୟନକୁ ବିରୋଧ କରିଆସୁଛି। ଏ ନେଇ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ମଧ୍ୟ ଦେଇଥିଲି। ମୋ ରାଜ୍ୟରେ ବିମୁଦ୍ରାକରଣ ହେବା ଦ୍ୱାରା କୃଷକ, ଯୁବକ ସମସ୍ତେ ଏହାର କଷ୍ଟ ସହିଥିଲେ। ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ବିମୁଦ୍ରାୟନ କରାଯାଇଥିବା ନାଇଡୁ କହିଛନ୍ତି। ନିର୍ବାଚନ ସମୟରେ ବିଜେପି ନେତା ମାନଙ୍କୁ ଛାଡି ଦେଲେ ଆଉ କୌଣସି ରାଜନୈତିକ ଦଳ ପାଖରେ ଟଙ୍କା ନଥିଲା। ବିମୁଦ୍ରାୟନ କରି ମୋଦୀ ଲୋକମାନଙ୍କୁ ଧୋକା ଦେଇଥିବା ମଧ୍ୟ ସେ କହିଛନ୍ତି।
୨ ହଜାର ଟଙ୍କିଆ ନୋଟ ଦ୍ୱାରା ମୋଦୀ ସରକାର ଭୋଟର କିଣିବାକୁ ସହଜ କରିଥିଲେ : ନାଇଡୁ
Popular Categories



