www.samajalive.in
Tuesday, December 9, 2025
16.1 C
Bhubaneswar

ଏଟିପି ମାନ୍ୟତା, ୩ୟ ସ୍ଥାନରେ ରହିଲେ ନାଦାଲ

ପ୍ୟାରିସ୍‌: ବିଶ୍ବର ୧ନଂ ପୁରୁଷ ଟେନିସ୍ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିକ୍‌ଙ୍କୁ ପରାସ୍ତକରି ଇଟାଲିଆନ୍ ଓପନ୍‌ ଚମ୍ପିଆନ୍‌ ହେବା ସତ୍ତ୍ବେ ସ୍ପେନ୍‌ର ରାଫେଲ ନାଦାଲ ଏଟିପି ସିଙ୍ଗଲ୍‌ସ ମାନ୍ୟତାରେ ୩ୟ ସ୍ଥାନରେ ରହିଛନ୍ତି। ତେବେ ଜୋକୋଭିକ୍‌ ୧ନଂ ମାନ୍ୟତା ବଜାୟ ରଖିଛନ୍ତି। ୧୦ମ ଥର ଇଟାଲିଆନ୍ ଓପନ୍‌ ଜିତିଥିବା ବାମହାତି ନାଦାଲଙ୍କ ପଛକୁ ଅଛନ୍ତି ରୁଷିଆର ଡାନିଲ୍‌ ମେଡ୍‌ଭେଡେଡ୍‌। ଇଟାଲିଆନ୍ ଓପନ୍‌ରେ ମେଡ୍‌ଭେଡେଭ୍ ୨ୟ ରାଉଣ୍ଡରେ ବିଦାୟ ନେଇଥିଲେ। କ୍ରମାଗତ ୨ୟ ସପ୍ତାହ ଲାଗି ଆମେରିକାର କୌଣସି ପୁରୁଷ ଟେନିସ୍ ଖେଳାଳି ଏଟିପି ମାନ୍ୟତାର ପ୍ରଥମ ୩୦ ଜଣଙ୍କ ମଧ୍ୟରେ ନାହାନ୍ତି। ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଆମେରିକୀୟ ​ଟେଲର ଫ୍ରିଜ୍ ୩୨ତମ ସ୍ଥାନ​‌ରେ ରହିଛନ୍ତି। ତାଙ୍କ ତଳକୁ ଆମେରିକାର ରେଇଲି ଓପେଲ୍‌କା ୩୫ତମ ସ୍ଥାନରେ ରହିଛନ୍ତି।

୧୧୦୬୩ ପଏଣ୍ଟ ସହ ଜୋକୋଭିକ୍ ଶୀର୍ଷରେ ଥିବା ବେଳେ ୯୭୯୩ ପଏଣ୍ଟ ସହ ରୁଷିଆର ଡାନିଲ୍‌ ମେଡ୍‌ଭେଡେଡ୍‌ ୨ୟ ସ୍ଥାନରେ ରହିଛନ୍ତି। ୩ୟ ସ୍ଥାନରେ ଥିବା ନାଦାଲ ୯୬ ୩୦ ପଏଣ୍ଟ ପାଇଛନ୍ତି। ଅଷ୍ଟ୍ରିଆର ଡମିନିକ୍‌ ଥିଏମ୍ ୪ର୍ଥ, ଗ୍ରୀସ୍‌ର ଷ୍ଟିଫାନସ୍ ସିସିପାସ୍ ୫ମ, ଜର୍ମାନୀର ଆଲେକ୍‌ଜାଣ୍ଡର ଜେରେଭ୍ ୬ଷ୍ଠ, ରୁଷିଆର ଆଣ୍ଡ୍ରେଇ ରୁବ୍‌ଲେଭ୍‌ ୭ମ, ସ୍ବିଜରଲାଣ୍ଡର ରଜର ଫେଡେରର ୮ମ, ଇଟାଲୀର ମାଟିଓ ବେରେଟିନି ୯ମ ଏବଂ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନ୍ ୧୦ମ ସ୍ଥାନରେ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories