www.samajalive.in
Wednesday, December 10, 2025
26.1 C
Bhubaneswar

ରାଇଘର ମେଡିକାଲରେ ଡାକ୍ତର ଅଭାବ, ଚାରିଦଫା ନେଇ ଗଣଧାରଣା

ନବରଙ୍ଗପୁର: ଆଜି ରାଇଘର ବ୍ଲକ ସ୍ଥିତ ସଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବନେଇ ଅଞ୍ଚଳବାସୀଙ୍କ ଗଣ ଧାରଣା ଦେଇଛନ୍ତି। ପ୍ରକାଶ ଥାଉ କି ଦୀର୍ଘ ଦିନ ହବ ପ୍ରଶାସନ ପାଖେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ପ୍ରଶାସନ କୌଣସି କର୍ଣ୍ଣପାତ ନାହିଁ। ରୋଗୀ ଯେତେବେଳେ ଆସିଲେ ବି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ବାଧ୍ୟ ହୋଇ ଲୋକ ରାତ୍ର ସମୟରେ ଲୋକ ହୋଇରାଣ ହୋଇ ଉମରକୋଟ, ନବରଙ୍ଗପୁର, କୋରାପୁଟ ନେଇଯାଉଛନ୍ତି । କିନ୍ତୁ ଗରିବ ଲୋକ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଜ୍ଝରାଇଘର ଡାକ୍ତରଖାନା ରେ ଗୋଟିଏ ମାତ୍ର ଏମବିଏସଏସ ଡାକ୍ତର ରେ ଠିକ ଭାବେ ରୋଗୀ ସେବା ହୋଇପାରୁନଥିବା ଦର୍ଶାଇ ସ୍ଥାନୀୟ ଲୋକେ ଚାରିଦଫା ଦାବି ନେଇ ବିଡ଼ିଓ ଯୁଧିଷ୍ଠିର ନାୟକ, ତହସିଲଦାର ଡ଼କ୍ଟର ତୁଷାର ଜ୍ୟୋତି ରଞ୍ଜନ ଏବଂ ହାଟଭରଣ୍ଡି ସିଏଚସି ସତ୍ୟ ନାରାୟଣ ସାହୁ ଙ୍କ ଜରିଆରେ ଜ଼ିଲ୍ଲାପାଳଙ୍କ ଉଧେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ମୁତାବକ ଚାରି ଜଣ ଡାକ୍ତର, ପ୍ରସୂତି ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ଔଷଧ ବିଶେଷଜ୍ଞ ଙ୍କୁ ନିଯୁକ୍ତି ସହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଏବଂ ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନେଇ ଧାରଣାରେ ବସିଥିଲେ। ପ୍ରଶାସନ ଏବଂ ସ୍ଥାନୀୟ ଡାକ୍ତର ଧାରଣକାରୀଙ୍କ ସହ ଆଲୋଚନା କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ଗୋଟିଏ ଦିନ ଛାଡି କରୋନା ପରୀକ୍ଷଣ କୋରାଯିବ ବୋଲି ସେମାନେ ପ୍ରତିଶୃତି ଦେଇଛନ୍ତି । ଆସନ୍ତା କାଲି ଡାକ୍ତର ଗୋଟିଏ ନିଯୁକ୍ତି ଦିଆଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ଆଜି ଏହି ଧାରଣାରେ ଯତୀନ୍ଦ୍ର ଗଣ୍ଡ, ଶିବନାଥ ବାନାର୍ଜୀ, ଶ୍ରୀରାମ ଶୁଣାଣି, କିରଣ ପଟ୍ଟନାୟକ, ଭବାନୀ ନାୟକ, ଦେବେନ୍ଦ୍ର ମିଶ୍ର, ଶ୍ୟାମଲାଲ କଲାର, ମନହର ଦଣ୍ଡସେନା ଏବଂ ରାଇଘରର ଯୁବଗୋଷ୍ଠୀ ଉପସ୍ଥିତ ରହିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories