www.samajalive.in
Monday, December 8, 2025
20.1 C
Bhubaneswar

ବାଟ ହୁଡୁଛି ପ୍ରି ସ୍କୁଲ ଓ ପ୍ରାଥମିକ ଶିକ୍ଷା, ପାଠ ପଢ଼ାରେ କଣ୍ଟା ସାଜିଛି ମହାମାରୀ କରୋନା

ନବରଙ୍ଗପୁର: ବାଟ ହୁଡୁଛି ପ୍ରି ସ୍କୁଲ ଓ ପ୍ରାଥମିକ ଶିକ୍ଷା, ପାଠ ପଢ଼ାରେ କଣ୍ଟା ସାଜିଛି ମହାମାରୀ କରୋନା, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବାଯୋଗୁଁ ଅନ୍ଧାରରେ ନବରଙ୍ଗପୁର ଜିଲାର କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କରୋନା ପାଇଁ ସରକାର ଅଙ୍ଗନବାଡି ଓ ସ୍କୁଲ ବନ୍ଦ କରିଥିବାରୁ ପିଲାଙ୍କ ପାଠ ପଢ଼ାରେ ଡୋରି ବାନ୍ଧି ଥିବା ଦେଖିବାକୁ ମିଳୁଛି। କୁନି କୁନି ପିଲାମାନେ ପାଠ ବଦଳରେ ବର୍ତମାନ ଖେଳ କୁଦରେ ବ୍ୟସ୍ତ ରହୁଥିବାରୁ ଚିନ୍ତାରେ ଅଭିଭାବକ। ନବରଙ୍ଗପୁର ଜିଲ୍ଲାରେ ବର୍ତମାନ ଅଙ୍ଗନବାଡି କେନ୍ଦ୍ର ୨ବର୍ଷ ଧରି ବନ୍ଦ ରହିବା ଯୋଗୁଁ ପାଠପଢା ସମ୍ପୂର୍ଣ ବନ୍ଦ ହୋଇଯାଇଛି ଫଳରେ ବିଦ୍ୟାଳୟ ନ ଯାଇ ପାଠ ଭୁଲି ଗଲେଣି । ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଛୋଟ ପିଲାଙ୍କ ପ୍ରି ସ୍କୁଲ ପଢାକୁ ଗୁରୁତ୍ୱ ଦେଉନାହାନ୍ତି ଅଭିଭାବକ।
ସରକାର କୁନି କୁନି ପିଲାଙ୍କ ଶିକ୍ଷା ପାଇଁ ପ୍ରାକ ବିଦ୍ୟାଳୟ ଭାବେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିଥିବା ବେଳେ ୩ରୁ ୬ବର୍ଷ ର ପିଲାଙ୍କୁ ପ୍ରାକ ଶିକ୍ଷା ଦେବାକୁ ନିର୍ଦେଶ ରହିଛି, ବର୍ତ୍ତମାନ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ଯାଇ ଅଭିଭାବକ ମାନେ ତାଙ୍କ ପିଲାଙ୍କୁ କିପରି ଶିକ୍ଷା ଦେବେ ସେ ବିଷୟରେ ଅଭିଭାବକ ମାନଙ୍କୁ ବୁଝାଉଛନ୍ତି, ଯାହାକି ଏହାକୁ ଏତେ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀମାନେ ଅଙ୍ଗନବାଡି ପ୍ରାକ ଶିକ୍ଷା ସମାପ୍ତ କରିଛନ୍ତି ଯେଉଁ ମାନଙ୍କ ବୟସ ୬ ବର୍ଷ ହୋଇଯାଇଛି, ସେମାନେ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବାକୁ ଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ରେ ନାମ ଲେଖାଇ ପାରୁନାହାନ୍ତି, ଫଳରେ ସେମାନଙ୍କ ପାଠପଢା ବ୍ୟାଘାତ ହେଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ।

ଏପଟେ ସରକାରୀ ସର୍ଭେ ରିପୋର୍ଟରୁ ଯାହା ଜଣାପଡିଛି ୯୦ପ୍ରତିଶତ ଶିକ୍ଷକଙ୍କ ମତରେ ପିଲାଙ୍କ ପାଠ୍ୟକ୍ରମରେ ସହାୟକ ହେଉନାହିଁ ଅନଲାଇନ ଶିକ୍ଷା, ସେହିପରି ୟୁଟୁବ ଶିକ୍ଷା ଲାଭଦାୟକ ନୁହେଁ ବୋଲି ୮୫ ପ୍ରତିଶତ ମତ ରଖିଛନ୍ତି। ଅନଲାଇନ ପାଠ ପାଇଁ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନଥିବା କହିଛନ୍ତି ୯୨ ପ୍ରତିଶତ ମତଦାତା। ୭୪ ପ୍ରତିଶତ ମତଦାତାଙ୍କ ମତରେ ପିଲାଙ୍କ ପାଠପଢା କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି। ବିନା ଶ୍ରେଣୀ ଗୃହରେ ୨ବର୍ଷ ବିତିଗଲା କେବଳ ପିଲାଙ୍କ ପାଠ ନଷ୍ଟ ହୋଇନି ପିଲା ମାନଙ୍କ ସ୍ତରରେ ବି ପ୍ରଭାବିତ ହୋଇଛନ୍ତି, ସେଥିରୁ ମୁକୁଳିବାକୁ ଛାତ୍ର ଛାତ୍ରୀଙ୍କୁ ସାମାଜିକ ଓ ଅଭିଭାବକ ସ୍ତରରେ ସମର୍ଥନ ଓ ସହାନୁଭୂତି ମିଳିବା ଆବଶ୍ୟକ ବୋଲି ଶିକ୍ଷା ବିଶେଷଜ୍ଞ ପ୍ରମୁଖ ମତ ରଖିଛନ୍ତି। ଏପଟେ ଏହି ଅଦୃଶ୍ୟ ଭୁତାଣୁ କେବେ ଯିବ ଓ ଶିକ୍ଷାଦାନରେ କେବେ ସୁଧାର ଆସିବ ସେଥିନେଇ ଚିନ୍ତାରେ ଅଭିଭାବକ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories