www.samajalive.in
Sunday, December 7, 2025
26.1 C
Bhubaneswar

୨୮ରୁ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର:ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସ୍ନାତକ(ୟୁଜି) ପାଠ୍ୟକ୍ରମ ନାମଲେଖା ପାଇଁ ଚଳିତ ମାସ ୨୮ ତାରିଖରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କର ପ୍ରବେଶପତ୍ର(ଆଡମିଟ୍‍ କାର୍ଡ) ଓୟୁଏଟି ୱେବ୍‍ସାଇଟ୍‍ରୁ ଡାଉନଲୋଡ୍‍(ସଂଗ୍ରହ) କରିପାରିବେ।
ଓୟୁଏଟି ଅଧୀନରେ ଥିବା ୯ ମହାବିଦ୍ୟାଳୟର ପ୍ରାୟ ୬୫୦ ସ୍ନାତକ ଆସନ(ସିଟ୍‍) ପାଇଁ ପରୀକ୍ଷା ହେବ। ପରୀକ୍ଷା ୨୮ ତାରିଖରୁ ଆରମ୍ଭ ହୋଇ ୩୦ରେ ସରିବ। ଚଳିତ ବର୍ଷ ୨୫ ହଜାର ୮୭୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟର ୨୫ ଜିଲାରେ ୫୨ କେନ୍ଦ୍ର ଏବଂ ଦିଲ୍ଲୀର ଏକ କେନ୍ଦ୍ରରେ ମଧ୍ୟ ପରୀକ୍ଷା ହେବ।
କରୋନା ଯୋଗୁଁ ଭିଡ ଏଡ଼ାଇବାକୁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପୂର୍ବାହ୍ନ ୧୦ଟା୩୦ରୁ ୧୨ଟା୩୦ ମଧ୍ୟରେ ପ୍ରଥମ ଓ ଅପରାହ୍ନ ୨ଟାରୁ୪ଟା ଭିତରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ୧୭ ତାରିଖରୁ ଫର୍ମ-ବି ଦାଖଲ ଆରମ୍ଭ ହୋଇଛି।

 

- Advertisement -

ଏହି ଫର୍ମରେ ଛାତ୍ରଛାତ୍ରୀ ସେମାନଙ୍କ ସବୁ ପାଠପଢ଼ା ସମ୍ବନ୍ଧୀୟ ପ୍ରମାଣପତ୍ର ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ। ଆସନ୍ତା ମାସ ୭ ତାରିଖ ସୁଦ୍ଧା ବିଦ୍ୟାର୍ଥୀ ଫର୍ମ-ବି ଦାଖଲ କରିବେ। ଫର୍ମ-ବି ଦାଖଲ କରି ନ ଥିବା ବିଦ୍ୟାର୍ଥୀ ନାମଲେଖାରୁ ବାଦ ପଡ଼ିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ସ୍ନାତକୋତ୍ତର(ପିଜି), ପିଏଚ୍‍ଡି, ସିପିଜିଏସ୍‍ ଭଳି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ସପ୍ତାହରୁ ଆବେଦନ ଆରମ୍ଭ ହେବ। ଏନେଇ ଆସନ୍ତା ସପ୍ତାହରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ଛାତ୍ରଛାତ୍ରୀ ଅନ୍‍ଲାଇନ୍‍(ସଞ୍ଚାର ଜରିଆରେ) ଆବେଦନ କରିବେ। ଖୁବ୍‍ଶୀଘ୍ର ଏନେଇ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories