www.samajalive.in
Tuesday, December 9, 2025
16.1 C
Bhubaneswar

ନବରଙ୍ଗପୁରରେ କୋଭିଡ ପରୀକ୍ଷାଗାର ଉଦଘାଟିତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଧବାର ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ଓ ଏସ.ପି. ନିତିନ କୁଶଳକରଙ୍କ ଦ୍ୱାରା ସମସ୍ତ ମେଡିକାଲ କତୃପକ୍ଷଙ୍କ ଉପସ୍ଥିତିରେ କୋଭିଡ ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି ।  ଆଜିଠାରୁ ଜିଲାର  ସ୍ୱାବ ଆଣି ପରୀକ୍ଷା କରାଯିବାର ବନ୍ଦୋବସ୍ତ କରାଯାଇଛି ।  ନବରଙ୍ଗପୁର ଜିଲାରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଆଜି ସୁଦ୍ଧା ୧୩୫ ସଂକ୍ରମିତ ଚି଼ହ୍ନଟ ହୋଇସାରିଲେଣି ।

ପୂର୍ବରୁ ଜିଲାରେ କରୋନା ଆକ୍ରାନ୍ତ ଜାଣିବା ପାଇଁ ସ୍ବାବ୍ ସଂଗ୍ରହ ହୋଇ ଭୁବନେଶ୍ବର ସ୍ଥିତ ଆରଏମଆରସି କୁ ପଠାଯାଉଥିଲା । ଯାହା ଫଳରେ ସ୍ବାବ୍ ପରୀକ୍ଷାର ରିପୋର୍ଟ ବିଳମ୍ବ ଆସୁଥିଲା । ତେଣୁ, ସ୍ବାବ୍ ପରୀକ୍ଷାକୁ ତ୍ବରିତ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାବ୍ ପରୀକ୍ଷାଗାର କରିବା ପାଇଁ ଜିଲାପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଲାଗିପଡ଼ିଥିଲେ । ବର୍ତମାନ ସ୍ୱାବ ପରୀକ୍ଷା ପାଇଁ ସମସ୍ତ ମେସିନ ଆସିଯାଇଥିବାରୁ ଆଜି ଜିଲାପାଳ ଓ ଏସ.ପି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଏହି ପରୀକ୍ଷାଗାର କୁ ଉଦଘାଟିତ କରିଛନ୍ତି ।  ଆଜି ଠାରୁ ଦିନକୁ ୩୦ ରୁ ୪୦ଜଣଙ୍କ ସ୍ବାବ୍ ପରୀକ୍ଷା ହୋଇପାରିବ ବୋଲି ଜିଲା ଚିକିତ୍ସାଧିକାରୀ ସନ୍ତୋଷ କୁମାର ସ୍ୱାଇଁ କହିଛନ୍ତି  । ସେହିପରି ଭାବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲା ପାଇଁ ରେପିଡ୍ ଆଣ୍ଟିଜେନ୍ କିଟ୍ ପଠାଯାଇଛି। ଏହି କିଟ୍ କାଲି ଆସି ନବରଙ୍ଗପୁର ଡାକ୍ତରଖାନାରେ ପହଂଚିବା ପରେ ଅଧା ଘଣ୍ଟାରେ ସ୍ୱାବ ପରୀକ୍ଷା ହୋଇପାରିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories