www.samajalive.in
Monday, December 8, 2025
17.1 C
Bhubaneswar

ଗଞ୍ଜାମ୍‌ରେ କରୋନା ଭୟାବହତା: ଲୋକମାନେ ଜୀବନ ଓ ମୃତ୍ୟୁକୁ ଅତିନିକଟରୁ ଦେଖୁଛନ୍ତି-ପ୍ରଦୀପ ମାଝି

ନବରଙ୍ଗପୁର: ରାଜ୍ୟସରକାର କରୋନା ମହାମାରୀ ସମୟରେ କେବିକେ ଅନ୍ତର୍ଗତ ନବରଙ୍ଗପୁର ଜିଲା ସମେତ କୋରାପୁଟ,ମାଲକାନଗିରି,କଳାହାଣ୍ଡି.ବଲାଙ୍ଗୀର ଓ କନ୍ଧମାଳ ୬ଟିଜିଲାର ଶତାଧିକ ଡାକ୍ତର ଓ ଲାବରେଟାରୀ ଟେକ୍ନିସିଆନଙ୍କୁ ଗଞାମ ଜିଲାକୁ ପଠାଇଛନ୍ତି। ଯାହା ଫଳରେ ଏହି ପଛୁଆ ,ଅବହେଳିତ ଓ ଆଦିବାସୀ ଜିଲାରେ ସ୍ୱାସ୍ଥ୍ୟସେବା ଠପ୍‍ ହୋଇଯିବ। ସରକାର ଯଦି ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ସଂପୃକ୍ତ ଡାକ୍ତରମାନଙ୍କୁ ଫେରାଇ ନଦିଅନ୍ତି ତାହାହେଲେ ଏହି ସମସ୍ତ ଜିଲାରେ କଂଗ୍ରେସପକ୍ଷରୁ ତିବ୍ର ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଡାଚେତାବନୀ ଦେଇଛନ୍ତି। କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଯେ,ଏବେ କରୋନ ମହାମାରୀ ବ୍ୟାପିବାରେ ଲାଗିଛି। ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଭୟାବହତାକୁ ନେଇ ଲୋକେ ଆତଙ୍କିତ। ସେମାନେ ଜୀବନ ଓ ମୃତ୍ୟୁକୁ ଅତିନିକଟରୁ ଦେଖୁଛନ୍ତି। ରାଜ୍ୟସରକାରଙ୍କର ଭୂଲନିଷ୍ପତ୍ତୀ ଯୋଗୁଁ ଏହା ମୁନୁଷ୍ୟକୃତ ହୋଇଛି। ଏହିଜିଲା ଗୁଡିକରେ ଅଧା ଡାକ୍ତର ନିଯୁକ୍ତି ଦିଆଯାଇଛି। ସେଥିରୁପୁଣି ଏବେ କରୋନ ନାଁରେ ଡାକ୍ତରଙ୍କୁ ଗଞାମ ଜିଲାକୁ ନିଆଯାଇଛି। ନବରଙ୍ଗପୁର ଜିଲାର ୧୯ଜଣ ଡାକ୍ତର, କୋରାପୁଟର ୧୯ଜଣ, ମାଲକାନଗିରିର ୭ ଜଣ, କଳାହାଣ୍ଡିର ୧୭ଜଣ, ବଲାଙ୍ଗୀରର ୨୦ଜଣ ଓ କନ୍ଧମାଳ ଜିଲାରର ୧୮ ଜଣ ଡାକ୍ତରଙ୍କୁ ଗଞାମ ନିଆଯାଇଛି। ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ମଧ୍ୟରେ ପିସିସି ସମ୍ପାଦକ ସରୋଜ ପାତ୍ର, ଜିଲା ଉପସଭାପତି ଦିଲ୍ଲୀପ ବେହେରା, ଜିଲା ସମ୍ପାଦକ କୁନା ପାଢୀ, ନଗର ସଭାପତି ଉତ୍ତମ ତ୍ରିପାଠୀ, ନନ୍ଦାହାଣ୍ଡିବ୍ଳକ ସଭାପତି ବୃନ୍ଦା ତ୍ରିପାଠୀ, ଲୋକସଭା ସୋସିଆଲ ମିଡିଆ ସଂଯୋଜକ ସୁମିତ ପୂଜାରୀ ଓ ବାସୁଦେବ ପଟନାୟକ ପ୍ରମୂଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ନବରଙ୍ଗପୁରଗସ୍ତରେ ଥିବା ରାଜ୍ୟଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞୟ ଦାସବର୍ମାଙ୍କୁ ପଚାରିବାରୁ ସେ ପୂର୍ବତନ ସାଂସଦ ଜଣେ ଦାୟୀତ୍ୱ ସଂପନ୍ନ ବ୍ୟକ୍ତି ହୋଇଥିବାବେଳେ ସେ ରାଜ୍ୟର କରୋନା ପରିସ୍ଥିତି ପ୍ରତି ଜାଣିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ସେ ଦାୟୀତ୍ୱହୀନ ମନ୍ତବ୍ୟରୁ କ୍ଷାନ୍ତ ରୁହନ୍ତୁ। କରୋନାରେ ରାଜ୍ୟଗୋଟିଏ ୟୁନିଟ। ପରିସ୍ଥିତି ଦେଖି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories