www.samajalive.in
Monday, December 8, 2025
20.1 C
Bhubaneswar

କରୋନା ସଂକଟ ସମୟରେ ରୋଜଗାର କରିବା ଝୁଙ୍କ୍‌ ଆଣିଦେଲା ନୂଆ ପରିଚୟ

ଟିଟିଲାଗଡ଼: କରୋନା ଆଣିଦେଲା ନୂଆ ପରିଚୟ। ଦୃଢ଼ ଆତ୍ମବିଶ୍ବାସ ଦ୍ବାରା ନିଜକୁ ରୋଜଗାରକ୍ଷମ କରାଇପାରିଛନ୍ତି ସେ। ମାସ୍କ ତିଆରି ସାଙ୍ଗକୁ ଜ୍ୟାକେଟ୍‌, ସାଟ୍, କୁର୍ତ୍ତା ତିଆରି କରି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତାଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ଏବେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି। କରୋନା ସଂକଟ ସମୟରେ ରୋଜଗାର କରିବା ଝୁଙ୍କ୍‌ ସିତମ୍‌ ସାଗର ବେଦବାକଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ନୂଆ ପରିଚୟ ଆଣିଦେଇଛି।
ଜଣେ ସାଧାରଣ ପରିବାରରେ ଜନ୍ମିତ ଟିଟିଲାଗଡ ମାଟିର ସିତମ ସାଗର ବେଦବାକ କରୋନାରେ ଯୁବସମାଜ ପାଇଁ ଏକ ରୋଲ ମୋଡେଲ ପାଲଟିଛନ୍ତି। ଖ୍ୟାତି ସମ୍ପନ୍ନ ମଞ୍ଚ ଉପସ୍ଥାପକ ଭାବରେ ଟିଟିଲାଗଡ ଅଞ୍ଚଳରେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟକ୍ରମରୁ ନିଜ ଅଧ୍ୟବସାୟ ଆରମ୍ଭ କରି ଜାତୀୟ ତଥା ଆନ୍ତର୍ଜାତୀୟ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରି ସଫଳତା ପାଇଛନ୍ତି। ଡିଏଭି ମହାବିଦ୍ୟାଳୟରୁ ବାଣିଜ୍ୟରେ ଡିଗ୍ରୀ ପରେ ଏମବିଏ ଯୋଗ୍ୟତା ଲାଭ କରିଥିବା ୨୮ ବର୍ଷ ବୟସ୍କ ସିତମ ଆହୁରି ଆଗକୁ ବଢିବାକୁ ତାଙ୍କ ପ୍ରଗାଢ ଇଚ୍ଛା ରହିଥିଲା। ତେବେ କରୋନା ମହାମାରି ଦେଶବିଦେଶରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବବର୍ଗଙ୍କ ଆଶା ମଉଳି ଯାଇଥିବାବେଳେ ସିତମ ଘରକୁ ବାହୁଡି ଆସିଥିଲେ। ହେଲେ ସେ ନିରାଶା ନ ହୋଇ କିଛି ନୂଆ କରିବାର ପ୍ରବଳ ଇଚ୍ଛାଶକ୍ତି ଏବେ ତାଙ୍କ ପାଇଁ ନୂଆ ପରିଚୟ ଆଣିଦେଇଛି। ବିଶ୍ୱରେ ବହୁଳ ଆଦୃତ ସମ୍ବଲପୁରି ବସ୍ତ୍ର ଆଜି ତାଙ୍କୁ ନୁଆ ବାଟ ଦେଖାଇଛି। ଗତ ମଇ ମାସରୁ ସମ୍ବଲପୁରି କପଡାରେ ମାସ୍କ ତିଆରି ସହ ଏହାକୁ ବଜାରକୁ ଛାଡିଛନ୍ତି। ସମ୍ପ୍ରତି ମାସ୍କକୁ ସ୍ଥାନୀୟ ଯୁବବର୍ଗରେ ଆହୁରି ଆଦୃତ କରିବା ପାଇଁ ‘ଆଇ ଲଭ ମାଇ ଟିଟିଲାଗଡ’ ବୁଣା ହୋଇଥିବା ସମ୍ବଲପୁରି କପଡା ବରାଦ କରି ଭିନ୍ନ ଧରଣର ମାସ୍କ ତିଆରି କରୁଛନ୍ତି। ଏନେଇ ଏଠାକାର ଯୁବବର୍ଗଙ୍କ ମଧ୍ୟରେ ସିତମଙ୍କ ସିଲାଇ ମାସ୍କ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ଏହା ସହ ସମ୍ବଲପୁରି କପଡାରେ ଜାକେଟ, ସାର୍ଟ ଆଦି ମଧ୍ୟ ସିଲାଇ କରି ବିକ୍ରୟ ଆରମ୍ଭ କରିଛନ୍ତି। ମାତ୍ର ୫୦ ହଜାର ଟଙ୍କା ମୂଳଧନରେ ଆରମ୍ଭ କରିଥିବା ତାଙ୍କ ବ୍ୟବସାୟ ନିଶ୍ଚୟ ଆଗକୁ ବୃଦ୍ଧି ହେବ ବୋଲି ତାଙ୍କର ଦୃଢ ଆଶା ରହିଛି। ସିତମଙ୍କ ଉଦ୍ୟମ ନେଇ ସମ୍ବଲପୁରି ବସ୍ତ୍ରର ପ୍ରଚାର ପ୍ରସାର ସହ ତାଙ୍କ ସମେତ ଆହୁରି ୫ ଜଣଙ୍କ ନିଯୁକ୍ତି ସୁନିଶ୍ଚିତ କରିଛି। ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଦିଗରୁ ସହାୟତା ମିଳିଲେ କାର୍ଯ୍ୟରେ ଆହୁରି ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ବ୍ୟବସାୟ ଅଭିବୃଦ୍ଧି ହୋଇପାରନ୍ତା ବୋଲି ସିତମ ଆଶାବାଦି ଥିବା ରହିଛନ୍ତି। କରୋନା ନେଇ ବିଶ୍ୱରେ ଏକ ଅଦ୍ଭୁତ ପୁର୍ବ ସଂକଟ ସ୍ଥତିରେ ସିତମ୍‌ଙ୍କ ଉଦ୍ୟମକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories