www.samajalive.in
Monday, December 8, 2025
27.1 C
Bhubaneswar

ଲକ୍‌ଡାଉନ୍‌ରେ ଖୋଲିବ ଫଳ ଓ ଆମିଷ ଦୋକାନ

ଭୁବନେଶ୍ଵର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ୍ ୧୬ ହଜାର ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଆକ୍ରାନ୍ତ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହି ୪ ଟି ଜିଲା ଏବଂ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ ସମୟ ମଧ୍ୟରେ ସକାଳ ୬ଟାରୁ ଦିନ ୧ ଟା ଯାଏଁ କ୍ଷୀର,ପରିବା ଓ ରାସନ ଦୋକାନ ଖୋଲିବ ବୋଲି ସୂଚନା ଦିଆଯାଇଥିଲା। ଆମିଷ ସାମଗ୍ରୀ ଅନ୍‌ଲାଇନ୍‌ରେ ଅର୍ଡର କରିପାରିବେ ବୋଲି ସୂଚନା ଦିଆଯାଇଥିଲା।


କିନ୍ତୁ ଆଜି ରାଜ୍ୟ ସରକାର ଗତକାଲିର ନିୟମରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। ଯାହା ଲୋକମାନଙ୍କୁ ଟିକେ ଆଶ୍ବସ୍ତ କରିଛି । କାରଣ ଲକଡାଉନରେ ଖୋଲାରହିବ ଫଳ, ମାଛ, ମାଂସ ଓ ଅଣ୍ଡା ଦୋକାନ । ପ୍ରତିଦିନ ସକାଳ ୬ଟାରୁ ଦିନ ୧ ଟା ଯାଏଁ ଦୋକାନ ଖୋଲାରହିବ । ଆବଶ୍ୟକ ହେଲେ ଅଲଗା ଜାଗାକୁ ଏସବୁ ଦୋକାନକୁ ସ୍ଥାନାନ୍ତର କରାଯିବ । ଲକଡାଉନ ହୋଇଥିବା ୪ ଜିଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲା ସହର ପାଇଁ ଏହି ନିୟମ ଲାଗୁ କରାଯାଇଛି। କିନ୍ତୁ ଗ୍ରାହକମାନେ ସାମାଜିକ ଦୂରତା ମାନି ଦୋକାନରୁ ଜିନିଷ କିଣିପାରିବେ। ସଂଶୋଧିତ ନିର୍ଦ୍ଦେଶନାମାରେ ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଅନ୍ୟପଟେ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ହୋମ ଡେଲିଭରି କରିପାରିବେ ବୋଲି କୁହାଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories