ବିଶ୍ଵ ହିନ୍ଦୁ ପରିଷଦର ବୈଠକ; ନୂତନ ଜିଲା କମିଟି ଗଠନ

ନବରଙ୍ଗପୁର: ଜିଲା ବିଶ୍ଵ ହିନ୍ଦୁ ପରିଷଦର ଏକ ଜରୁରୀ ବୈଠକ ଡାବୁଗାଁ ସରସ୍ବତୀ ଶିଶୁ ମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଛି । ଜିଲାର ନୂତନ ସାଂଗଠନିକ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରାଯାଇ ୩୨ଟି ବିଭାଗକୁ ବିଶେଷକରି ଧ୍ୟାନ ଦିଆଯାଇଛି । ଓଡିଶା ସରକାର ଏକତରଫା ଭାବେ  ଖ୍ରୀଷ୍ଟିୟାନ ବଢ଼ିବାରେ ସହାୟତା ଦେଉଛି ବୋଲି  ବୈଠକରେ ଆଲୋଚନା କରାଯାଇଛି । ନବରଙ୍ଗପୁର ଜିଲାରେ ମାତ୍ର କିଛିଦିନରେ ୫ଟି ଶ୍ମଶାନ ଘଟଣା ଘଟିଛି । ଗୋଟିଏ ଜାତିର ଖ୍ରୀଷ୍ଟିୟାନ ମରିଗଲେ ତାକୁ ଅନ୍ୟ ଜାତିର  ଖ୍ରୀଷ୍ଟିୟାନ ନିଜର କବରଖାନାରେ ଶବ ପୋତିବାକୁ ଅନୁମତି ଦେଉନି ଅଥଚ ରାଜ୍ୟ ସରକାର ସଂପୃକ୍ତ ମୃତକକୁ ସରକାରୀ ସମ୍ପତ୍ତିରେ ଶବପୋତି ଆଇନ ବିରୋଧୀ କାମ କରୁଛି ।

prayash

କୁସୁମି, ଦେଓବନ୍ଧ, ବରିଗାଁ, ଉମରକୋଟରେ ସରକାରୀ ସର୍ବସାଧାରଣଙ୍କ ଜମିରେ କବରଖାନାମାନ ତିଆରି ହୋଇଛି । ଏହି କ୍ରମରେ ନବରଙ୍ଗପୁରର ସମସ୍ତ ସରକାରୀ ଭୂମି ଭବିଷ୍ୟତରେ କବରଖାନାରେ ପରିଣତ ହେବାକୁ ଯାଉଛି ବୋଲି ମତ ପ୍ରକାଶ ପାଇଛି । ହିନ୍ଦୁ ନାବାଳିକାଙ୍କୁ ଭିନ୍ନ ଧର୍ମାବଲମ୍ବୀ ଅପହରଣ କଲେ ପୁଲିସ ନୀରବ ଦ୍ରଷ୍ଟା ହୋଇ ରହୁଛି । ଧୀରେ ଧୀରେ ହିନ୍ଦୁମାନେ ତୃତୀୟ ଶ୍ରେଣୀ ନାଗରିକ ହେବାକୁ ଯାଉଛନ୍ତି ବୋଲି ସଭାରେ ମତ ପ୍ରକାଶ ପାଇଛି । ଜିଲ୍ଲା ସଭାପତି କୁପାରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାନ୍ତ ଧର୍ମାଚାର୍ଯ୍ୟ ପ୍ରମୁଖ ସୁଦର୍ଶନ ଦାସ ମହାରାଜ, ପ୍ରଶାସନିକ ପ୍ରମୁଖ ସର୍ବେଶ୍ଵର ତ୍ରିପାଠୀ, ଉପ ସଭାପତି ସୁନୀଲ ବେହେରା ମଞ୍ଚାସୀନ ଥିବାବେଳେ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ବିବରଣୀ ଓ ସମସ୍ୟା ଉପସ୍ଥାପନ କରିଥିଲେ ।

ନୂତନଭାବେ ଚୟନୀତ ଜିଲ୍ଲା ସମିତିରେ ଆନନ୍ଦ ରାଓ- ଉପ ସଭାପତି, ମହେଶ ନାୟକ-ବଜରଙ୍ଗଦଳ ସଂଯୋଜକ ଓ ସନ୍ତୋଷ ଜେନା, ସହ ସଂଯୋଜକ ନବୀନ ପନକା-ଧର୍ମ ପ୍ରସାର ପ୍ରମୁଖ, ସୁରେଶ ସାମଲ-ସହ ସମ୍ପାଦକ, ଡଃ ବଦ୍ରି ପ୍ରସାଦ ନାୟକ-ସେବା ପ୍ରମୁଖ, ଭଗବାନ ମହାନ୍ତି-ମଠମନ୍ଦିର ସଂଯୋଜକ, ବିଶ୍ଵଜିତ ସରକାର-ସମରସତା, ପ୍ରଭାତୀ ଦେବନାଥ-ମହିଳା ପ୍ରମୁଖ ସ୍ଥାନ ପାଇଥିଲେ । ରାଜୁ ଦାସ, ରମେଶ ଦୋରା, ଗଣେଶ ରାଏ, ନିତ୍ୟାନନ୍ଦ ମହାନ୍ତି, ଲକ୍ଷ୍ମୀକାନ୍ତ ରଥ, ଗିରିଧର ପୂଜାରୀ, ଅଶୋକ ପାତ୍ର, ସଞ୍ଜୟ ସିଲ ଆଦି ନୂତନ ପ୍ରଖଣ୍ଡ(ବ୍ଲକ)ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ ।

kalyan agarbati

Comments are closed.