www.samajalive.in
Monday, December 8, 2025
27.1 C
Bhubaneswar

ଦୁଇ ବାଇକ୍‌ ଦୁର୍ଘଟଣା; ୫ ଆହତ

ଗୋପାଳପୁର: ବ୍ରହ୍ମପୁର ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁର ଠାରୁ କରାପଲ୍ଲୀ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଗତକାଲି ରାତି ପ୍ରାୟ ସାଢେ଼ ୭ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗତକାଲି ରାତି ସାଢ଼େ ୭ଟା ବେଳେ ଗୋପାଳପୁରରୁ ନିଜର କାମ ସାରି ଗଜପତି ନଗରର ତନୁ ମାହାରଣା ଓ  ସୁକୁଣ୍ଡାର ଦିନବନ୍ଧୁ ଦାସ ପ୍ରମୁଖ ନିଜ ବାଇକ୍‌ (ଓଡି ୦୭ ଏଚ ୨୧୮୦) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ବ୍ରହ୍ମପୁର ପଟୁ ଗୋପାଳପୁର ଫେରୁଥିବା ନାରାୟଣପୁରର ପିଣ୍ଟୁ ସାହୁ ଓ ଅନ୍ୟ ଦୁଇ ଜଣ (ଓଡି ୦୭ ବି ୩୫୫୯)ଙ୍କ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ବାଇକରେ ଯାଉଥିବା ୫ ଜଣ ଆହାତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ତନୁ, ଦିନବନ୍ଧୁ ଓ ପିଣ୍ଟୁ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୩ ଆହାତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବା ସହ ଘଟଣାକୁ ନେଇ ଗୋପାଳପୁର ଥାନାକୁ ଅବଗତ କରିଛନ୍ତି । ଅନ୍ୟ ପଟେ ଗତ କିଛି ମାସ ହେଲା ଡୁରା ଛକଠାରୁ କରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାମଚନ୍ଦ୍ର ପୁର ଠାରୁ କରାପଲ୍ଲି ପର୍ଯ୍ୟନ୍ତ ରାସ୍ତା ଏକପାଖିଆ କରାଯାଇଛି । ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଅନେକ ଲୋକ ଆହାତ ହେଉଛନ୍ତି । ଏଣୁ ପୂର୍ତ୍ତ ବିଭଗ ପକ୍ଷରୁ ରାସ୍ତା ନିର୍ମାଣ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଉଜ୍ବଳ ଆଲୋକ ସହ ସୂଚନା ଫଳକ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories