www.samajalive.in
Monday, December 8, 2025
27.1 C
Bhubaneswar

ଭୂମିହୀନ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରି ମୁହଁରେ ହସ ଫୁଟାଇଲେ ବିଧାୟକ 

ନବରଙ୍ଗପୁର : ଜମିହୀନ ଲୋକେ ବେଆଇନ ଭାବେ ଜଙ୍ଗଲ ଜମିରେ ରହି ଆସୁଥିବା ଲୋକଙ୍କୁ ଜମି ପଟ୍ଟା ବାଣ୍ଟି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ବିଧାୟକ ମନୋହର ରନ୍ଧାରୀ | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆକଟ  ପଂଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ ବାସ କରୁଥିବା କିଛି ଗ୍ରାମବାସୀଙ୍କ ନିଜସ୍ୱ ଜମି ନଥିବା ହେତୁ ନିକଟସ୍ଥ ଗର୍ଭରାଇ ପର୍ବତ ନିକଟସ୍ଥ ଜଙ୍ଗଲ ଜମି ରେ ଚାଷ କରି ରହିଆସୁଥିଲେ, ପଟ୍ଟା ନ ଥିବା ଯୋଗୁଁ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଭୟରେ ଥିଲେ, ଏନେଇ ସ୍ଥାନୀୟ ବିଧାୟକଙ୍କୁ ଜଙ୍ଗଲ ଜମି ପଟ୍ଟା ପାଇଁ ନିବେଦନ କରିବା ପରେ  ବିଧାୟକ ଶ୍ରୀ ରନ୍ଧାରୀ ପ୍ରଶାସନ ସହ ଯୋଗାଯୋଗ କରି ଜମିହୀନ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରେଇପାରିଛନ୍ତି | ଆଜି ପୂଜାରୀଗୁଡା ଠାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ୬୦ ଜଣ ଅସହାୟ ଲୋକଙ୍କୁ ଜଂଗଲଜମି ପଟ୍ଟା ବଣ୍ଟନ କରି ମୁହଁରେ ହସ ଫୁଟାଇ ପାରିଛନ୍ତି | ଆଗକୁ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ କରାଯାଇ ବ୍ୟବସ୍ଥା କରାଯିବ ବୋଲି ବିଧାୟକ କହିଛନ୍ତି | ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀ, ସୁପରଭାଇଜର ଦେବେନ୍ଦ୍ର ମାଝୀ, ଆରଆଇ କାର୍ତିକ ଭତରା , ଏ ଆରଆଇ ଜ୍ୟୋତିର୍ମୟୀ ଚୌଧୁରୀ , ସୁଶାନ୍ତ ବେହେରା, ସରୋଜ କୁମାର ଜାଲ, ଧନଞ୍ଜୟ ମାଝୀ, ପଦମନ ଦିଶାରୀ ଏବଂ ସୁବାଷ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories