www.samajalive.in
Monday, December 8, 2025
27.1 C
Bhubaneswar

କୱାଲ ହତ୍ୟାକାଣ୍ଡ ମାମଲା: ୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‍

ମୁଜାଫରନଗର : ମୁଜାଫରନଗର କୱାଲରେ ୨ ଭାଇ ସଚିନ ଏବଂ ଗୌରବଙ୍କ ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଏଡିଜି କୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଧବାର କୋର୍ଟ ୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁକ୍ରବାର କୋର୍ଟ ରାୟ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ ୨୦୧୩ରେ ଗୌରବ ଏବଂ ସଚିନଙ୍କ ହତ୍ୟାକାଣ୍ଡକୁ ନେଇ କୱାଲ ଗ୍ରାମରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏହି ମାମଲାରେ ପୁଲିସ୍‍ ମୁଜାସ୍ମିଲ, ମୁଜାସ୍ମିନ, ଫୁରକାନ, ନଦୀମ, ଜାହାଙ୍ଗୀର, ଅଫଜଲଊ ଏବଂ ଇକବାଲଙ୍କୁ ଗିରଫ କରିଥିଲା। ତଦନ୍ତ ପରେ ପୁଲିସ୍‍ ଚାର୍ଜସିଟ ଦାଖଲ କରିଥିଲା। ଗତ ଶୁଣାଣିରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ ଶୁକ୍ରବାର ରାୟ ଶୁଣାଇଛନ୍ତି। କୱାଲ ହତ୍ୟାକାଣ୍ଡ ପରେ ସାମ୍ପ୍ରଦାୟିକ ହିଂସାରେ ୬୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଶତାଧିକ ପରିବାର ବାସ ହରାଇଥିଲେ। ସରକାରୀ ଓକିଲ ଆଶିଷ କୁମାର ତ୍ୟାଗୀ କହିଛନ୍ତି ଯେ ୨୦୧୩ରେ ସଚିନ ଏବଂ ଗୌବଙ୍କ ବାଇକ୍‍ ସହ ଅଭିଯୁକ୍ତଙ୍କ ବାଇକ୍‍ ମଧ୍ୟରେ ଧକ୍କାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ଅଭିଯୁକ୍ତମାନେ ଦୁଇ ଭାଇଙ୍କୁ ହତ୍ୟା କରିଥିଲେ। ଏହି ଗଣ୍ଡଗୋଳରେ ଅଭିଯୁକ୍ତଙ୍କ ପଟେ ଥିବା ଶାହନୱାଜଙ୍କ ମୃତ୍ୟୁ ଘଟିଥିଲା।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories