www.samajalive.in
Friday, December 5, 2025
27.1 C
Bhubaneswar

ତିହାର ଜେଲରୁ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ

ନୂଆଦିଲ୍ଲୀ: ଜେଲ ପରିସରରୁ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ କରାଯାଇଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଦେଶର ତିହାର ଜେଲରେ। କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ଦେଶର ଏହି ପ୍ରମୁଖ ଜେଲରୁ ଅଭିଯୁକ୍ତଙ୍କୁ ଅପହରଣ କରି ନିଆଯିବା ଘଟଣା ଏବେ ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି।

ଶୁକ୍ରବାର ସକାଳେ କିଛି ପୁଲିସ କର୍ମୀ ଏବଂ ୨/୩ ଜଣ ଅନ୍ୟ ଲୋକ ଜେଲରେ ପ୍ରବେଶ କରି ସମ୍ପୃକ୍ତ ହତ୍ୟା ଅଭିଯୁକ୍ତଙ୍କୁ ମାରପିଟ୍‌ କରିବା ସହିତ ଉଠାଇ ନେଇଥିବା ସୂଚନା ମିଳିଛି। କିନ୍ତୁ ଜେଲ୍‌ ଗେଟ୍‌ରେ ପ୍ରବେଶ ସମୟରେ ସେମାନଙ୍କ ନାମ ଏଣ୍ଟ୍ରି କରାଯାଇନାହିଁ। ଅଭିଯୁକ୍ତ ଜଣକ ଜେଲ୍‌ରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଆତ୍ମସମର୍ପଣ କରିବାକୁ ଆସିଥିବା ସମୟରେ ଏପରି ଘଟଣା ଘଟିଛି।

- Advertisement -

ଏହି ଘଟଣାକୁ ତିହାର ଜେଲର ଡ୍ୟୁଟି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ରାଘବ ଶର୍ମା ଗମ୍ଭୀରତାର ସହିତ ନେଇଛନ୍ତି। ମାଜିଷ୍ଟ୍ରେଟ ସୁଭାଷ ପ୍ୟାଲେସ ଥାନା ଅଧିକାରୀ ଏବଂ ମାମଲାର ତଦନ୍ତ ଅଧିକାରୀଙ୍କୁ ସମନ୍‌ ଜାରି କରିଛନ୍ତି। ଏହା ସହିତ ଏସିପିଙ୍କୁ ଅଭିଯୁକ୍ତ ବିଷୟରେ ସୂଚନା ସଂଗ୍ରହ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ସୁଭାଷ ପ୍ୟାଲେସ ଥାନା ଅଞ୍ଚଳର ଅଭିଯୁକ୍ତ କାର୍ତ୍ତିକ ଓରଫ ମାଧବ ରୋହଣୀ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ଗତ ୨୨ ତାରିଖରେ ଆବେଦନ କରିଥିଲା। ଭିଡିଓ କନ୍‌ଫରେନ୍ସରେ ଶୁଣାଣି ହୋଇଥିବାରୁ ଅଦାଲତ ତା’କୁ ଜେଲରେ ଡ୍ୟୁଟି ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଥିଲାଗି ଅଭିଯୁକ୍ତ ତା’ ଓକିଲ ଅନୱର ଅହମ୍ମଦ ଖାନ ସହିତ ତିହାର ଜେଲ ଆସିଥିଲେ। ଜେଲର ୱାଟର ପାର୍କରେ ସେମାନେ ଛିଡ଼ା ହୋଇଥିବାବେଳେ କିଛି ଲୋକ ଆସି ସେମାନଙ୍କୁ ମାରପିଟ୍‌ କରିବା ସହିତ ଅଭିଯୁକ୍ତ କାର୍ତ୍ତିକକୁ ସେଠାରୁ ଉଠାଇ ନେଇଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories