www.samajalive.in
Tuesday, December 9, 2025
16.1 C
Bhubaneswar

ହଜାରେ କୋଟି ଟଙ୍କାର ଫେଣ୍ଟାନିଲ ଡ୍ରଗ୍ସ ଜବତ, ୪ ଗିରଫ

ମୁମ୍ବଇ : ମହାରାଷ୍ଟ୍ର ପୁଲିସ୍‍ର ନିଶା ନିରୋଧ ଶାଖା ଶୁକ୍ରବାର ଭାକୋଲା ଅଞ୍ଚଳରୁ ଫେଣ୍ଟାନିଲ ନାମକ ନିଷେଧ ଡ୍ରଗ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଅନ୍ତର୍ଜାତୀୟ ବଜାରରେ ଏହି ନିଶା ଡ୍ରଗ୍ସର ମୂଲ୍ୟ ପାଖାପାଖି ୧୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଫେଣ୍ଟାନିଲ ଏକ ଅତିମାରତ୍ମକ ଡ୍ରଗ୍ସ। ଏହାର ମାତ୍ର ୨ ମିଲିଗ୍ରାମ ଜୀବନ ନେଇପାରେ। ମୁମ୍ବଇ କ୍ରାଇମବ୍ରାଞ୍ଚ ନିଶା ନିରୋଧ ଶାଖା ଡିସିପି ଶିବଦୀପ ଲାଣ୍ଡେ କହିଛନ୍ତି ଯେ ଫେଣ୍ଟାନିଲ ଡ୍ରଗ୍ସକୁ ମୁମ୍ବଇରୁ ମେକ୍ସିକୋ ପଠାଯାଉଥିଲା। ତେବେ କାହା ନିକଟକୁ ଏହି ଡ୍ରଗ୍ସ ପଠାଯାଉଥିଲା ଓ ଏହି ଡ୍ରଗ୍ସକୁ କିଏ ଓ କେଉଁଠି ପ୍ରସ୍ତୁତ କରିଛି, ତାର ଅସୁସନ୍ଧାନ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ନାମ ହେଲା ସଲିମ ଡୋଲା, ଘନଶ୍ୟାମ ସରୋଜ, ଭାଇ ଚନ୍ଦ୍ରମଣି ଏବଂ ସନ୍ଦୀପ ତିୱାରୀ। ସେମାନଙ୍କ ନିକଟରୁ ୪ଟି ଡ୍ରଗ୍ସ ଭର୍ତ୍ତି ଡ୍ରମ ଜବତ କରାଯାଇଛି। କୋର୍ଟ ଅଭିଯୁକ୍ତଙ୍କୁ ଜାନୁଆରୀ ୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories