www.samajalive.in
Tuesday, December 9, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ରାଜନୈତିକ ନାଟକ : ପୁଣି ଟିଏମସିକୁ ଫେରିଲେ ମୁକୁଲ ରୟ

କୋଲକାତା : ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ନାଟକ ଆରମ୍ଭ ହୋଇଛି। ବିଜେପି ବିଧାୟକ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ପୁଣି ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ଫଳରେ ବିଜେପିକୁ ବଡ଼ ଝଟକା ଲାଗିଛି । କୋଲକାତା ସ୍ଥିତ ତୃଣମୂଳ ଭବନରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମୁକୁଲ ରୟ ଟିଏମସିରେ ସାମିଲ ହୋଇଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ଟିଏମସିରେ ଯୋଗରେ ସାମିଲ ହୋଇଛନ୍ତି ।
ପ୍ରାୟ ୪ ବର୍ଷ ପରେ ପୁଣି ମୁକୁଲ ରୟ ପୁଣି ଟିଏମସିକୁ ଫେରିଛନ୍ତି ।  ୨୦୧୭ ନଭେମ୍ବରରେ ଟିଏମସି ଛାଡ଼ି ମୁକୁଲ ରୟ ବିଜେପିରେ ଯୋଗ ଦେଇଥିଲେ । ଗତ କିଛିଦିନ ହେଲା ବିଜେପି ସହ ମୁକୁଲଙ୍କ ମତଭେଦ ଲାଗି ରହିଥିବା ବେଳେ ସେ ଆଜି ଟିଏମସିରେ ଯୋଗ ଦେଇଛନ୍ତି। କିଛିଦିନ ତଳେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ରୋଗରେ ପୀଡ଼ିତ ଥିବା ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ । ସେବେଠାରୁ ଏନେଇ ଚର୍ଚ୍ଚା ଲାଗି ରହିଥିଲା ।
ମୁକୁଲ ରୟ ପୁଅ ଶୁଭ୍ରାଂଶୁ ସହ ଟିଏମସିରେ ସାମିଲ ହେବା ପରେ ମମତା ବାନାର୍ଜୀ କହିଛନ୍ତି, ମୁକୁଲ ରୟ ଦଳ ସହ କୌଣସି ବିଶ୍ୱାସ ଘାତକତା କରିନାହାଁନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories