ମେଷ: ପୁଣ୍ୟ କର୍ମାଦି ହେତୁ ଧନୀ ହେବାର ମର୍ଯ୍ୟାଦା ଲାଭ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବେ। ନୀତିମାନ୍ ହେବେ। ପୁତ୍ର ଲାଭର ସୂଚନା ମିଳୁଛି। ଗୋ ସେବା କରିପାରନ୍ତି।
ବୃଷ: ଶୌର୍ଯ୍ୟଶାଳୀ ହୋଇପାରନ୍ତି। ସୁଖୀ ହେବେ। କ୍ଲେଶ ସହିଷ୍ଣୁ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ଧନ ସଞ୍ଚୟ କରିପାରନ୍ତି। ଧୀର ବୃଦ୍ଧି ଯୋଗଁୁ ସ୍ଥିର ଚିତ୍ତସମ୍ପନ୍ନ ହେବେ।
ମିଥୁନ: ପତ୍ନୀ ବିଳାସ, ବ୍ୟସନକୁ ପ୍ରାଧାନ୍ୟ ଦେଇପାରନ୍ତି। ବିଦ୍ୟାଯୁକ୍ତ େହବେ। ପୁତ୍ର ସନ୍ତାନ ନିମନ୍ତେ କଠୋର ବ୍ରତ ଆଚରଣ କରିପାରନ୍ତି। କିଛି ନ ବୁଝି ପାପି ଲୋକଙ୍କ ଆଶ୍ରୟ ଦେଇ ଅଯଥା ଧନ ବ୍ୟୟ କରିବେ।
କର୍କଟ: ସାଧୁମାନଙ୍କ କଲ୍ୟାଣ ଓ ସ୍ନେହାର୍ଶୀବାଦରୁ ଧନ ଲାଭ ହେବ। ବସ୍ତ୍ର ବ୍ୟବସାୟ ଲାଭଦାୟକ ହେବ। କୃଷି କାର୍ଯ୍ୟରୁ ଭଲ ଆୟ ହେବ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଶାସ୍ତ୍ର ଜ୍ଞାନ ବିତରଣ କରିପାରନ୍ତି।
ସିଂହ: ଅଧର୍ମ ଓ ପାପର ବିନାଶ ପାଇଁ ସଦା ଚେଷ୍ଟାରତ ହୋଇପାରନ୍ତି। ବିକୃତ କର୍ମୀଙ୍କୁ ସଦ୍ବୁଦ୍ଧି ପ୍ରଦାନ କରିବେ। ଉତ୍ତମ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି। ପ୍ରାଣୀ ଘାତକମାନଙ୍କୁ ସଦ୍ବୁଦ୍ଧି ଦେବେ।
କନ୍ୟା: ପତ୍ନୀ ଅସୁସ୍ଥ ଯୋଗୁଁ ତାଙ୍କ ସେବା କରିପାରନ୍ତି। ତାଙ୍କ ଅସୁସ୍ଥତାର ପ୍ରତିକାର ପାଇଁ ସଦା ଚେଷ୍ଟିତ ହେବେ। ଆରୋଗ୍ୟ ପାଇଁ ଦାନଧର୍ମରେ ଦୀକ୍ଷିତ ହେବେ। ପତ୍ନୀ ସେବା ବ୍ରତ ଆଚରଣ କରି ପ୍ରଶଂସିତ ହେବେ।
ତୁଳା: ବିଳମ୍ବିତ ଖାଦ୍ୟ ଗ୍ରହଣ ସ୍ବାସ୍ଥ୍ୟ ହାନିର କାରଣ ହୋଇପାରେ। ପରିବାରର ସ୍ବାସ୍ଥ୍ୟସମ୍ପଦ ପ୍ରତି ଅଧିକ ଧ୍ୟାନ ଦେଇପାରନ୍ତି। ଧାର ଦେଇଥିବା ଅର୍ଥ ଫେରି ପାଇବାର ଚେଷ୍ଟାରୁ ବିରତ ହେବେ।
ବିଛା: କଳାକାରମାନଙ୍କୁ ସ୍ନେହ ବନ୍ଧନରେ ଅନୁବନ୍ଧିତ କରିପାରନ୍ତି। ଆବଶ୍ୟକସ୍ଥଳେ ଅଧିକ ବ୍ୟୟ ପାଇଁ କୁଣ୍ଠିତ ହେବେ ନାହିଁ। ବାରମ୍ବାର ଧୋକା ଖାଉଥିଲେ ବି ପାରିବାରିକ ସ୍ନେହ ଅତୁଟ ରଖିବେ।
ଧନୁ: ଧନୁର୍ଦ୍ଧାରୀର କାର୍ଯ୍ୟ ସମ୍ପାଦନ କରି କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସିଦ୍ଧହସ୍ତ ହେବେ। ସାମୟିକ ଭାବେ ଶତ୍ରୁ ଦମନ କଳା, କୌଶଳ ପ୍ରୟୋଗ କଲେ ବି ଶତ୍ରୁ ଆପଣଙ୍କ ପିଛା ଛାଡ଼ିବେ ନାହିଁ।
ମକର: ପୁତ୍ରମାନଙ୍କୁ ପାପ କାର୍ଯ୍ୟରୁ ନିବୃତ୍ତ କରି ସନ୍ମାର୍ଗୀ କରିପାରନ୍ତି। ଆପଣ ଉଭୟ ପତିପତ୍ନୀଙ୍କ ସକଳ ଚେଷ୍ଟା ବ୍ୟର୍ଥ ହେବ ନାହିଁ। ଆପଣଙ୍କ ଅଦମ୍ୟ ଚେଷ୍ଟା ଯୋଗୁଁ ସନ୍ତାନମାନେ ଭଲବାଟକୁ ଫେରିଆସିବେ।
କୁମ୍ଭ: ପତ୍ନୀଙ୍କ ହେତୁ ଧନ ପ୍ରାପ୍ତ କରିପାରନ୍ତି। ମିଷ୍ଟାନ୍ନ ଦ୍ରବ୍ୟ ଭୋଜନର ସୁଯୋଗ ମିଳିବ। ପୁଷ୍ପାଦି ଭକ୍ଷଣରେ ସମ୍ମାନିତ ହୋଇପାରନ୍ତି। ଉତ୍ତମ ବ୍ୟବହାର ଓ ମିଠା କଥା ପାଇଁ ଜନସାଧାରଣଙ୍କ ପ୍ରିୟପାତ୍ର ହେବେ।
ମୀନ: ସଙ୍ଗୀତପ୍ରିୟଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ଅପ୍ରିୟ ସତ୍ୟ କହି କେତେକ କ୍ଷେତ୍ରରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ବୁଦ୍ଧି, ବିଦ୍ୟା ପାରଙ୍ଗମ ହେବେ। ସେବାକାର୍ଯ୍ୟରେ ନିଜକୁ ସାମିଲ କରିବେ।



