www.samajalive.in
Monday, December 8, 2025
20.1 C
Bhubaneswar

ଟେଷ୍ଟ କ୍ରିକେଟ୍‌ରୁ ମୋଇନ୍‌ଙ୍କ ଅବସର

ଲଣ୍ଡନ୍‌ :  ଇଂଲଣ୍ଡ କ୍ରିକେଟ୍‌ ଦଳର ଅଭିଜ୍ଞ ଅଲ୍‌ରାଉଣ୍ଡର ମୋଇନ୍ ଅଲୀ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ୬୪ଟି ଟେଷ୍ଟମ୍ୟାଚ୍‌ ଖେଳିଥିବା ୩୪ ବର୍ଷ ବୟସ୍କ ମୋଇନ୍ ଘୋଷଣା କରିଛନ୍ତି ଯେ ତାଙ୍କଠାରେ ଆଉ ଟେଷ୍ଟ କ୍ରିକେଟ୍‌ ଖେଳିବାର ସ୍ପୃହା ନାହିଁ । ପୁଣି ଏତେ ଦିନ ପରିବାର ଛାଡ଼ି ବାହାରେ ରହିବାକୁ ସେ ଚାହାନ୍ତି ନାହିଁ ବୋଲି ମୋଇନ୍ କହିଛନ୍ତି । ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୋଇନ୍ ଖେଳିବାର ଅଛି । ଏହାପରେ ଆସେସ୍ ସିରିଜ୍‌ ଖେଳିବା ପାଇଁ ସଂଗରୋଧରେ ରହିବା ଏବଂ ଦୀର୍ଘଦିନ ଟେଷ୍ଟ ସିରିଜ୍‌ ଖେଳିବାକୁ ମୋଇନ୍ ପ୍ରସ୍ତୁତ ନୁହନ୍ତି । ମୋଇନ୍ କହିଛନ୍ତି, ମୋତେ ଏବେ ୩୪ ବର୍ଷ ଏବଂ ଯେପର୍ଯ୍ୟନ୍ତ କ୍ରିକେଟ୍‌କୁ ଉପଭୋଗ କରୁଥିବି ; ସେପର୍ଯ୍ୟନ୍ତ ଖେଳିଚାଲିବି । ଜାଣିବାକୁ ମିଳିଛି ଯେ ଟେଷ୍ଟ କ୍ରିକେଟ୍‌ରୁ ଅବସର କଥା ମୋଇନ୍ ଇଂଲଣ୍ଡ ପ୍ରଶିକ୍ଷକ କ୍ରିସ୍ ସିଲ୍‌ଭରଉଡ୍‌ ଓ ଅଧିନାୟକ ଜୋ ରୁଟ୍‌ଙ୍କୁ ଜଣାଇ ଦେଇଛନ୍ତି । ଏବେ ମୋଇନ୍ ଅଲୀ ଚେନ୍ନଇ ସୁପର କିଙ୍ଗ୍‌ସ ପାଇଁ ଆଇପିଏଲ୍‌ ଖେଳୁଛନ୍ତି ।
ଟେଷ୍ଟ କ୍ରିକେଟ୍‌ରେ ୩୦୦୦ ରନ୍ ଓ ୨୦୦ ୱିକେଟ ନେବାର ନିକଟବର୍ତ୍ତୀ ଥିଲେ ହେଁ ମୋଇନ୍‌ ଅବସର ଘୋଷଣା କରିଛନ୍ତି। ଧଳା ବଲ୍‌ କ୍ରିକେଟ୍‌ ସହ ମୋଇନ୍ ପେସାଦାର ଟ୍ବେଣ୍ଟି୨୦ କ୍ରିକେଟ୍‌ ଖେଳିବା ଜାରିରଖିବେ ବୋଲି କହିଛନ୍ତି। ଏକଦା ମୋଇନ୍ ଆଇସିସି ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତାରେ ୩ୟ ସ୍ଥାନରେ ରହିଥିଲେ। ୨୦୧୪ରେ ‌ଟେଷ୍ଟ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିବା ମୋଇନ୍ ୬୪ଟି ଟେଷ୍ଟରୁ ୫ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ୨୯୧୪ ରନ୍ କରିଛନ୍ତି। ପୁଣି ସେ ୧୯୫ଟି ଟେଷ୍ଟ ୱିକେଟ ହାସଲ କରିଛନ୍ତି। ଭାରତ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍‌ର ୪ର୍ଥ ଟେଷ୍ଟ ମୋଇନ୍‌ଙ୍କ ଅନ୍ତିମ ଟେଷ୍ଟମ୍ୟାଚ୍‌ ଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories